ସମ୍ପତ୍ତି ତାଲିକା: କମିଛି ନୀତିଶ କୁମାରଙ୍କ ଧନ ସମ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ସମ୍ପତ୍ତି ତାଲିକା: କମିଛି ନୀତିଶ କୁମାରଙ୍କ ଧନ ସମ୍ପତ୍ତି

Nitish_Kumar

ପାଟଣା: ବର୍ଷର ଶେଷ ଦିନରେ ବିହାରରେ ମୁଖ୍ୟମନ୍ତ୍ରୀ ସମେତ ଅନ୍ୟ ମନ୍ତ୍ରୀଙ୍କର ସମ୍ପତ୍ତି  ସାର୍ବଜନୀନ କରାଯାଇଛି। ପ୍ରକାଶିତ ତାଲିକା ଅନୁସାରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମ୍ପତ୍ତି  ପୂର୍ବ ବର୍ଷ ଅପେକ୍ଷା କମି ଯାଇଛି। ନୀତିଶ କୁମାରଙ୍କ ନଗଦ ରାଶି ୪୬,୫୫୦ରୁ କମି ୪୨,୫୦୦ରେ ପହଞ୍ଚିଛି। ଏହାସହ ତାଙ୍କର ଜମା ରାଶି ୪୪ ହଜାରରୁ କମି ୪୨ ହଜାରରେ ପହଞ୍ଚିଛି। ନୀତିଶଙ୍କ ପାଖରେ ୮ଟି ଗାଈ ଓ ୬ଟି ବାଛୁରୀ ମଧ୍ୟ ରହିଛନ୍ତି।

ନୀତିଶ କୁମାରଙ୍କ ପାଖରେ ବର୍ତ୍ତମାନ ୨୩ ଲକ୍ଷ ଟଙ୍କାର ସ୍ଥାବର ଓ ୪୦ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ଅଛି। ଏହି ସମ୍ପତ୍ତି ମଧ୍ୟରେ ଦିଲ୍ଲୀ ଦ୍ୱାରିକାରେ ଥିବା ଏକ ଫ୍ଲାଟ୍‌ ରହିଛି।

ନୀତିଶଙ୍କ ପୁଅ ନିଶାନ୍ତ ୮୦ ଲକ୍ଷ ଟଙ୍କା ଜମାରାଶି ରଖିଥିବା ବେଳେ ତାଙ୍କ ଏକ କୋଟି ୪୮ ଲକ୍ଷ  ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି।

ସେହିପରି ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କର ମଧ୍ୟ ସମ୍ପତ୍ତି ତାଲିକା ସାର୍ବଜନୀନ କରାଯାଇଛି।  ପ୍ରକାଶିତ ତାଲିକା ଅନୁସାରେ  ସୁଶୀଲ ମୋଦିଙ୍କ ପାଖରେ ଏକ କୋଟି ୪୦ ଲକ୍ଷର ସ୍ଥାବର  ଓ ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ସ୍ତ୍ରୀଙ୍କର ୧ କୋଟି ୫୧ ଲକ୍ଷ  ଟଙ୍କାର ସ୍ଥାବର-ଅସ୍ଥାବର ସମ୍ପତ୍ତି ରହିଛି। ସୁଶୀଲ ମୋଦି ପ୍ରାୟ ୧୭ ଳକ୍ଷ ଟଙ୍କା ଋଣ କରିଛନ୍ତି। ନଏଡାରେ ତାଙ୍କର ଏକ ଫ୍ଲାଟ୍‌ ରହିଛି।



from Odisha Reporter http://bit.ly/2EZ9ubO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages