ପୁଲିସ୍‌ଠୁ ବର୍ତ୍ତିବାକୁ ଯାଇ କୁଡ଼ିଆ ଉପରେ ମାଡ଼ିଗଲା ଗୋରୁ ବୋଝେଇ ଟ୍ରକ, ୮ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ପୁଲିସ୍‌ଠୁ ବର୍ତ୍ତିବାକୁ ଯାଇ କୁଡ଼ିଆ ଉପରେ ମାଡ଼ିଗଲା ଗୋରୁ ବୋଝେଇ ଟ୍ରକ, ୮ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଚାନ୍ଦୋଲି ଜିଲ୍ଲାରେ ୨୦୧୯ର ପ୍ରଥମ ଦିନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଗୋରୁ ବୋଝେଇ ଟ୍ରକ୍‌କୁ ପୁଲିସ୍‌ ପିଛା କରିବାରୁ ଏହା ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ କୁଡ଼ିଆ ଉପରେ ଚଢ଼ି ଯାଇଥିଲା। ଫଳରେ ଏହି କୁଡ଼ିଆ ମଧ୍ୟରେ ଥିବା ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଏବଂ ୪ ଜଣ ଶିଶୁ ରହିଛନ୍ତି। ଅନ୍ୟପକ୍ଷରେ କାର୍ଯ୍ୟରେ ଅବେହଳା ପାଇଁ ଜିଲ୍ଲା ପ୍ରଶାସନ ଜଣେ ଇନ୍‌ସପେକ୍ଟର ଓ ୩ ଜଣ ପୁଲିସ୍‌ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଗୋଟିଏ ପୁଲିସ୍‌ ଭ୍ୟାନ୍‌ ମାଲଦା ଗାଁରେ ଏକ ଗୋରୁ ବୋଝେଇ ଟ୍ରକର ପିଛା କରିଥିଲା। ପୁଳିସଠୁ ବର୍ତ୍ତିବାକୁ ଟ୍ରକ୍‌ଟି ଅତି ଦ୍ରୁତ ଗତିରେ ଯିବାକୁ ଚେଷ୍ଟା କରିଥିଲା। କିନ୍ତୁ ଡ୍ରାଇଭର ଜଣଙ୍କ ଭାରସାମ୍ୟ ହରାଇ ପ୍ରଥମେ ଏକ ବିଦ୍ୟୁତ ଖୁଣ୍ଟରେ ଟ୍ରକ୍‌ଟିକୁ ପିଟି ଦେଇଥିଲେ। ଏହାପରେ ଟ୍ରକ୍‌ଟି ଦିଗ ପରିବର୍ତ୍ତନ କରି ରାସ୍ତା କଡ଼ରେ ଥିବା ଏକ କୁଡ଼ିଆ ଉପରେ ମାଡ଼ି ଯାଇଥିଲା।

ଏହି ସମୟରେ କୁଡ଼ିଆ ଭିତରେ କାଲୁ ରାମଙ୍କ ପରିବାରବର୍ଗ ଶୋଇଥିଲେ। ଟ୍ରକ୍‌ ମାଡ଼ି ଯିବା ଫଳରେ ପରିବାରର ୮ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଘଟଣା ବେଳେ କାଲୁ ରାମ କୁଡ଼ିଆରେ ନଥିଲା।

ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ଚେଷ୍ଟା କରୁଥିବା ବେଳେ ଲୋକମାନେ ସେମାନଙ୍କ ଉପରକୁ ଟେକା ପଥର ମାଡ଼ କରିଥିଲେ। ଏଥିସହ ଗାଁ ଲୋକମାନେ କ୍ଷତିପୂରଣ ଦାବିରେ ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ। ଡିଏମ୍‌ ଏନ୍‌ଏସ୍‌ ଚହଲ ମୃତକଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ କ୍ଷତି ପୂରଣ ଦିଆଯିବ ବୋଲି କହିଛନ୍ତି।



from Odisha Reporter http://bit.ly/2F1VtJp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages