୭ ଜାନୁଆରୀ, ସୋମବାର: ଆତ୍ମବିଶ୍ୱାସ ବଢ଼ିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

୭ ଜାନୁଆରୀ, ସୋମବାର: ଆତ୍ମବିଶ୍ୱାସ ବଢ଼ିବ

Rasi-Fala-

ମେଷ: ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିପାରନ୍ତି। ନୂତନ କାର୍ଯ୍ୟ ପାଇଁ ଯୋଜନା କରିପାରନ୍ତି। ଅଧିକ ପରିଶ୍ରମ କରିବେ।

ବୃଷ: ବିଦେଶରୁ ଖୁସି ଖବର ଶୁଣି ପାରନ୍ତି। ମନ ଖୁସି ରହିବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

ମିଥୁନ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖର୍ଚ୍ଚ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।

କର୍କଟ: ଦିନଟି ଭଲରେ କଟିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ନୂତନ ପୋଷାକ କିଣିପାରନ୍ତି।

ସିଂହ: ପରିବାରରେ ହସଖୁସିର ପରିବେଶ ରହିବ। ସୁସ୍ଥ ରହିବେ। ମାନ-ସମ୍ମାନ ମିଳିବ।

କନ୍ୟା: ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ। ପେଟରେ ଯନ୍ତ୍ରଣା ଅନୁଭବ କରିବେ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ତୁଳା: ଆତ୍ମବିଶ୍ୱାସ ବଢ଼ିବ। ଛାତିରେ ଯନ୍ତ୍ରଣା ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇ‍ବେ।

ବିଚ୍ଛା: ନୂତନ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଈଶ୍ୱରଙ୍କୁ ଆରାଧନା କରିପାରନ୍ତି।

ଧନୁ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଖର୍ଚ୍ଚ ବଢ଼ିବ।

ମକର: ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଦୁର୍ଘଟଣା ଯୋଗ ରହିଛି, ତେଣୁ ସତର୍କ ରୁହନ୍ତୁ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ।

କୁମ୍ଭ: ଧାର୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବ୍ୟସ୍ତତା ଭିତରେ ଦିନଟି କଟିବ।

ମୀନ: ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।

 



from Odisha Reporter http://bit.ly/2QtECl5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages