ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ

rahul

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ୍‌ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏକ ସ୍ୱତନ୍ତ୍ର ବିମାନରେ ରାହୁଲ ଆସି ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଥିଲେ। କଂଗ୍ରେସର ଅଧ୍ୟକ୍ଷ ଭାର ଗ୍ରହଣ କରିବା ପରେ ରାହୁଲ ପ୍ରଥମ ଥର ଓଡ଼ିଶା ଆସିଛନ୍ତି।

ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ବରିଷ୍ଠ ନେତା ଜୟଦେବ ଜେନା, ସାଂସଦ ରଞ୍ଜୀବ ବିଶ୍ୱାଳ, ବରିଷ୍ଠ ନେତା ପ୍ରଦୀପ ମାଝୀ, ପ୍ରସାଦ ହରିଚନ୍ଦନ, ଶରତ ରାଉତ ପ୍ରମୁଖ  ବିମାନବନ୍ଦରରେ ରାହୁଲଙ୍କୁ ସ୍ୱାଗତ ଜଣାଇଥିଲେ।

ରାହୁଲ ପ୍ରଥମେ ହୋଟେଲ୍ ମେଫେୟାର ଯାଇ ସମାଜର ଟାଉନହଲ୍ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ବୁଦ୍ଧିଜୀବୀଙ୍କ ସହ ମତ ବିନିମୟ କରିବେ। ଅପରାହ୍ନରେ ତମାଣ୍ଡୋ ମିନି ଷ୍ଟାଡ଼ିୟମରେ ସାଧାରଣ ସଭାକୁ ସମ୍ବୋଧନ କରିବେ। ଏହାପରେ ପିସିସି ମୁଖ୍ୟାଳୟଠାରେ ସେ ହାଲ୍ ଓ ବିଏସ୍ଏନ୍ଏଲ୍ କର୍ମଚାରୀଙ୍କ ସହ ସାକ୍ଷାତ କରିବା ପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ରାହୁଲଙ୍କ ସମାବେଶରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କଂଗ୍ରେସରେ ମିଶିବାର କାର୍ଯ୍ୟକ୍ରମ ରହିଛି। ନିଜେ ପଞ୍ଚାନନ ଏନେଇ Otvକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସୂଚନା ଦେଇଛନ୍ତି।



from Odisha Reporter http://bit.ly/2S5qJOB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages