ଭୁପିନ୍ଦରଙ୍କ ଘରେ ସିବିଆଇ ଚଢ଼ଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ଭୁପିନ୍ଦରଙ୍କ ଘରେ ସିବିଆଇ ଚଢ଼ଉ

ରୋହତକ: ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡାଙ୍କ ରୋହତକସ୍ଥିତ ବାସଭବନ ସମେତ ହରିଆଣା ଏବଂ ଦିଲ୍ଲୀର ୩୦ଟି ସ୍ଥାନରେ ଚଢ଼ଉ କରିଛି ସିବିଆଇ। ଗୁରୁଗ୍ରାମ ଜମି ଦୁର୍ନୀତି ମାମଲାରେ ଏହି ଚଢ଼ଉ କରାଯାଇଥିବା ଜଣାଯାଇଛି।

୨୦୧୭ ମସିହାରେ ସୁପ୍ରିମ୍‌କୋର୍ଟ ୧,୪୦୭ ଏକର ଜମିର ଅଧିଗ୍ରହଣ ପ୍ରକ୍ରିୟା ଉପରେ ଏବଂ ୯୫% ଜମି ରିଲିଜ୍ ଉପରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପୂର୍ବର କଂଗ୍ରେସ ସରକାର ସମୟରେ ନାଗିଲ ଉମରପୁର, ଟିଗ୍ରା, ଉଲ୍ଲାୱାସ୍, କଦରପୁର, ମୈଦାୱାସ୍, ବାଦଶାହପୁର, ବହରମ୍ପୁର ଏବଂ ଘାଟା ଆଦି ସ୍ଥନାରେ ଅଧିଗ୍ରହଣ ପାଇଁ ଜମି ଅଧିଗ୍ରହଣ ଆଇନର ଧାରା ୪ ଅନୁଯାୟୀ ୨୦୦୯ ଜୁନ୍ ୨ରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଆବାସିକ ସେକ୍ଟର ୫୮ରୁ ୬୩ ଏବଂ ଆବସିକ-ବ୍ୟବସାୟିକ ସେକ୍ଟର ୬୫ରୁ ୬୭ ଆଦି ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟର କାରଣ ଦର୍ଶାଇ ଏହି ଅଧିଗ୍ରହଣ କରାଯାଇଥିଲା।

୨୨ ଡିସେମ୍ବର ୨୦୧୧ରେ ମାତ୍ର ୮୭ ଏକର ଜମି ଅଧିଗ୍ରହଣ ପାଇଁ ଅନୁମୋଦନ ମିଳିଥିଲା। ଅର୍ଥାତ ଆଉ ୯୫% ରିଲିଜ୍‌ କରିଦେବାର ଥିଲା। ମାନେସାର ଅଞ୍ଚଳରେ ଏହି ରିଲିଜ୍‌ ଉପରେ ଭିତ୍ତି କରି ସୁପ୍ରିମ୍‌କୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।



from Odisha Reporter http://bit.ly/2Hx7CsZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages