ମୁମ୍ବାଇ: ଗଲା ଡିସେମ୍ବରରେ ବିବାହ କରିଥିଲେ ଦେଶୀ କୁଡ଼ି ପ୍ରିୟଙ୍କା ଚୋପ୍ରା ଏବଂ ବିଦେଶୀ ମୁଣ୍ଡା ନିକ୍ ଜୋନସ୍। ଦୁହିଁଙ୍କ ବିବାହକୁ ଏବେ ଗୋଟେ ମାସ ବିତିଗଲାଣି। ଏବେ ଏହି ନବବିବାହିତ ଦମ୍ପତି ପ୍ରଫେସ୍ନାଲ୍ କମିଟ୍ମେଣ୍ଟରୁ ଫ୍ରି ହୋଇ ହନିମୁନ୍ରେ ବାହାରିଛନ୍ତି। ସୂଚନା ଅନୁଯାୟୀ, ନିକ୍ୟଙ୍କା ହନିମୁନ୍ ପାଇଁ କେରେବିୟନ୍ ପହଞ୍ଚିଛନ୍ତି। ନିକଟରେ ଦୁହିଁଙ୍କର ବିମାନରୁ ବାହାରୁଥିବା ବେଳ ଫଟୋ ସୋଶାଲ୍ ମିଡ଼ିଆରେ ଭାଇରାଲ୍ ହେଉଛି।
ଫଟୋରେ ପ୍ରିୟଙ୍କାଙ୍କୁ ବ୍ଲୁ ଡ୍ରେସ୍ ଏବଂ ନିକ୍ଙ୍କୁ କାଜୁଆଲ୍ ଡ୍ରେସ୍ରେ ଦେଖିବାକୁ ମିଳିଛି।
ଆସନ୍ତା ମାସ ଅର୍ଥାତ୍ ଫେବୃଆରୀ ୧୪, ଭାଲେନ୍ଟାଇନ୍ ଡେ’ ଅବସରରେ ପ୍ରିୟଙ୍କାଙ୍କ ହଲିଉଡ୍ ଫିଲ୍ମ ‘isn’t it romantic’ ରିଲିଜ୍ ହେବାକୁ ଯାଉଛି। ନିକଟରେ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଥିଲା। ଯେଉଁଥିରେ ପ୍ରିୟଙ୍କା ଗ୍ଲାମରସ୍ ଲୁକ୍ରେ ନଜର ଆସିଛନ୍ତି।
ଏହାବ୍ୟତୀତ ପ୍ରିୟଙ୍କାଙ୍କ ବଲିଉଡ୍ ଫିଲ୍ମ ‘ଦ ସ୍କାଇ ଇଜ୍ ପିଙ୍କ’ର ସୁଟିଂ ସରିଛି। ଫିଲ୍ମରେ ପ୍ରିୟଙ୍କାଙ୍କ ବ୍ୟତୀତ ଦବଙ୍ଗ ଗର୍ଲ ଜାୟରା ବସିମ୍ ଏବଂ ଫରହାନ୍ ଅଖତର ନଜର ଆସିବେ। ସୋନାଲି ବୋଷ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।
from Odisha Reporter http://bit.ly/2sh6y1G
No comments:
Post a Comment