୭୭ ଦିନ ପରେ କାର୍ଯ୍ୟରେ ଯୋଗଦେଲେ ସିବିଆଇ ମୁଖ୍ୟ ଆଲୋକ ବର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 9, 2019

୭୭ ଦିନ ପରେ କାର୍ଯ୍ୟରେ ଯୋଗଦେଲେ ସିବିଆଇ ମୁଖ୍ୟ ଆଲୋକ ବର୍ମା

ନୂଆଦିଲ୍ଲୀ: ଦୀର୍ଘ ୭୭ ଦିନର ବାଧ୍ୟତାମୂଳକ ଛୁଟି ପରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି। ତାଙ୍କୁ ସିଭିସି ଅକ୍ଟୋବର ୨୩ରେ ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଥିଲା।

ତେବେ ମଙ୍ଗଳବାର ସୁପ୍ରିମକୋର୍ଟ ସିଭିସିର ଏହି ନିଷ୍ପତ୍ତି ଖାରଜ କରିଦେଇଥିଲା। ଫଳରେ ଆଜି ଶ୍ରୀ ବର୍ମା ପୂର୍ବଭଳି ସିବିଆଇ ମୁଖ୍ୟାଳୟରେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେଇଥିଲେ ହେଁ କୌଣସି ନୀତିଗତ ନିଷ୍ପତ୍ତି ନେଇ ପାରିବେ ନାହିଁ।

ସେହିପରି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରହିଥିବା ଏକ ଉଚ୍ଚସ୍ତରୀୟ କମିଟି ହିଁ ସବୁ କିଛି ନିଷ୍ପତ୍ତି ନେବା ସହ ଶ୍ରୀ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ଏହି କିମିଟିରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ପ୍ରଧାନ ବିଚାରପତି ଓ ବିରୋଧୀ ଦଳ ନେତା ରହିଛନ୍ତି। ବର୍ତ୍ତମାନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଥ ଏହି କମିଟିରେ ଥିଲେ ହେଁ ସେ ବୈଠକରେ ଯୋଗଦେଇ ପାରିବେ ନାହିଁ। ତେଣୁ ସେ ତାଙ୍କ ପ୍ରତିନିଧି ଭାବେ ଜଷ୍ଟିସ୍‌ ଏକେ ସିକ୍ରିଙ୍କୁ ମନୋନୀତ କରିଛନ୍ତି। ଆଜି ରାତି ୮ଟାରେ ଏହି ବୈଠକ ବସିବାର ଥିଲା। କିନ୍ତୁ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଏଥିରେ ଯୋଗଦେଇ ପାରିବେ ନାହିଁ। ତେଣୁ ବୈଠକ ବସିବା ବିଳମ୍ବିତ ହୋଇଥିବା ଜଣାପଡ଼ିଛି।

ଅକ୍ଟୋବର ମାସରେ ଶ୍ରୀ ବର୍ମା ଏବଂ ତାଙ୍କ ଡେପୁଟି ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଉଭୟ ପରସ୍ପର ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଥିଲେ। ଏହାକୁ ଦୃଷ୍ଟିରେ ରଖି ସିଭିସି ଉଭୟଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଥିଲା।



from Odisha Reporter http://bit.ly/2TCC45Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages