ରାଫେଲ ବିତର୍କରେ ଭାଗ ନେଇ ଏନ୍‌ଡିଏକୁ ବିଜେଡିର ଟାର୍ଗେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ରାଫେଲ ବିତର୍କରେ ଭାଗ ନେଇ ଏନ୍‌ଡିଏକୁ ବିଜେଡିର ଟାର୍ଗେଟ

ନୂଆଦିଲ୍ଲୀ: ଆଜି ଲୋକସଭାରେ ରାଫେଲ ଡିଲ୍‌କୁ ନେଇ ବିତର୍କ ଚାଲିଥିବା ବେଳେ ଏଥିରେ ଓଡ଼ିଶାର କ୍ଷମତାସୀନ ବିଜେଡି ପକ୍ଷରୁ ସାଂସଦ କଳିକେଶ ସିଂହ ଦେଓ ଭାଗ ନେଇ ଏନଡିଏକୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, “ କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଅରୁଣ ଜେଟଲୀ ରାଫେଲ ଯୁଦ୍ଧ ବିମାନ ଡିଲ୍‌କୁ ନେଇ ଯେଉଁ ମତ ରଖିଛନ୍ତି, ତାହା କେବଳ ଏନ୍‌ଡିଏକୁ ସୁହାଇଲା ଭଳି। ସେ ଜାଣିଶୁଣି ନିଜକୁ ସୁହାଇଲା ଭଳି ତଥ୍ୟ ବାଛିଛନ୍ତି। ରାଫେଲ ଡିଲ୍‌ର ପ୍ରୋସିଜିଅରକୁ ଅଣଦେଖା କରାଯାଇଛି। ଆମେ ଡାସଲଟ୍‌ କିମ୍ବା ରିଲାନ୍ସର କ୍ରେଡିବିଲିଟିକୁ ବିଚାର କରିବା ନାହିଁ। ଆମେ ଆମ ଦେଶର ଯବାନଙ୍କ କଥା ଭାବିବା ଦରକାର।

ୟୁପିଏ ସମୟରେ ହେଇଥିବା ରାଫେଲ ଡିଲ୍‌କୁ କାହିଁକି ଅଗ୍ରାହ୍ୟ କରାଯାଉଛି? ରାଫେଲ ଯୁଦ୍ଧ ବିମାନ ଦରକୁ ନେଇ କାହିଁକି ଏବେ ଗୋପନୀୟତା ଅବଲମ୍ବନ କରାଯାଉଛି? ଆମ ଦେଶରେ ଥିବା ଏଚ୍‌ଏଏଲ୍‌ ଯଦି ଏସ୍‌ୟୁ ୩୦ ଭଳି ବିମାନ ନିର୍ମାଣ କରିପାରୁଛି, ତା’ହେଲେ ସେ କାହିଁକି ରାଫେଲ ଯୁଦ୍ଧ ବିମାନ ନିର୍ମାଣ କରିପାରିବ ନାହିଁ?”



from Odisha Reporter http://bit.ly/2s1oWM0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages