ବର୍ଷା ହେଉନଥିଲା କି ପାଗ ଖରାପ ନଥିଲା, ତଥାପି ବନ୍ଦ ହେଲା ଖେଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 23, 2019

ବର୍ଷା ହେଉନଥିଲା କି ପାଗ ଖରାପ ନଥିଲା, ତଥାପି ବନ୍ଦ ହେଲା ଖେଳ

india

ନାପିଅର: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଦିନିକିଆକୁ ଡି/ଏଲ୍‌ ମେଥଡରେ ଭାରତ ଜିତି ନେଇଛି। ତେବେ ମ୍ୟାଚ୍‌ ବନ୍ଦ ହେବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। କାରଣ ମ୍ୟାଚ୍‌ ବେଳେ ବର୍ଷା ହୋଇ ନଥିଲା କି ପାଗ ଖରାପ ହୋଇ ନଥିଲା। ତଥାପି ଫିଲ୍ଡ ଅମ୍ପାୟର ମ୍ୟାଚ୍‌କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଭାବୁଥିବେ କାରଣ କ’ଣ ହେଇଥିବ।

ଖେଳ ପରିଚାଳନାରେ ପ୍ରତିବନ୍ଧକ ସାଜିଥିଲା ସୂର୍ଯ୍ୟ। ସୂର୍ଯ୍ୟକିରଣ କାରଣରୁ ମ୍ୟାଚ୍‌କୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ସୂଚନା ଅନୁସାରେ ଲଞ୍ଚ ପରେ ଯେତେବେଳେ ଖେଳ ଆରମ୍ଭ ହୋଇଥିଲା, ସୂର୍ଯ୍ୟଙ୍କ କିରଣ ବ୍ୟାଟ୍ସମ୍ୟାନଙ୍କ ଆଖିରେ ସିଧାସଳଖ ପଡ଼ିଥିଲା। ଫଳରେ ବ୍ୟାଟିଂ କରିବାରେ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟା ହୋଇଥିଲା।

ଫିଲ୍ଡ ଅମ୍ପିୟାର ଜର୍ଜ କହିଛନ୍ତି, “ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଖେଳ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଅସ୍ତ ହେଉଥିବା ସୂର୍ଯ୍ୟଙ୍କ କିରଣ ଖେଳାଳିଙ୍କ ଆଖିରେ ପଡ଼ୁଥିଲା। ଆମକୁ ସେମାନଙ୍କର ଓ ଆମର ସୁରକ୍ଷା କଥା ଚିନ୍ତା କରିବାର ଥିଲା। ଖେଳାଳିମାନେ ମଧ୍ୟ ଏ କଥା ଜାଣିଥିଲେ।”

ନ୍ୟୁଜିଲ୍ୟାଣ୍ଡ ଖେଳାଳି ରସ୍‌ ଟେଲର କହିଛନ୍ତି, “ମ୍ୟାଚ୍‌ ପୂର୍ବରୁ ଆମେ ଏ ବିଷୟରେ ଆଲୋଚନା କରିଥିଲୁ। ସାଧାରଣତଃ ଏପରି ସ୍ଥିତିରୁ ବଞ୍ଚିବା ପାଇଁ ଉତ୍ତର-ଦକ୍ଷିଣ ଦିଗରେ ପିଚ୍‌ ନିର୍ମାଣ କରାଯାଇଥାଏ। ହେଲେ ଏଠାରେ ପୂର୍ବ-ପଶ୍ଚିମ ଦିଗରେ ପିଚ୍‌ ନିର୍ମାଣ କରାଯାଇଛି।”

ତେବେ ସୂର୍ଯ୍ୟକିରଣ କାରଣରୁ ମ୍ୟାଚ୍‌ ବନ୍ଦ ହେବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ସୂର୍ଯ୍ୟଙ୍କ କିରଣ ପାଇଁ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଅଧାରୁ ବନ୍ଦ କରାଯାଇଛି। ୧୯୯୫ରେ ଓଲଡ଼ ଟ୍ରାଫୋର୍ଡ ଠାରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳା ଯାଇଥିବା ଟେଷ୍ଟର ପ୍ରଥମ ଦିନରେ ଏହି କାରଣରୁ ଖେଳ ସାମୟିକ ବନ୍ଦ ହୋଇଥିଲା। ସେହିପରି ୧୯୯୬ ଡିସେମ୍ବରରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଦିନିକିଆ ମ୍ୟାଚ୍‌ ମଧ୍ୟ ଏହି କାରଣରୁ ସାମୟିକ ବନ୍ଦ ହୋଇଥିଲା।



from Odisha Reporter http://bit.ly/2U8wZ5J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages