ପଦାରେ ପଡ଼ିଲା ବିଜେଡି କଳି ! ‘ମୋ ଭବିଷ୍ୟତ ସୁରକ୍ଷା’ ସ୍ୱାକ୍ଷର ଅଭିଯାନକୁ ଆସିଲେନି ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 23, 2019

ପଦାରେ ପଡ଼ିଲା ବିଜେଡି କଳି ! ‘ମୋ ଭବିଷ୍ୟତ ସୁରକ୍ଷା’ ସ୍ୱାକ୍ଷର ଅଭିଯାନକୁ ଆସିଲେନି ସାଂସଦ

ବାଲିଗୁଡ଼ା (ଅଜିତ କୁମାର ନାୟକ): ୨୦୧୯ରେ ସାଧାରଣ ନିର୍ବାଚନ ପୂର୍ବରୁ ବାଲିଗୁଡ଼ା ବିଜେଡିରେ ଥିବା କନ୍ଦଳ ପଦାରେ ପଡ଼ିଛି। ବାଲିଗୁଡ଼ାରେ ଥାଇ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ‘ମୋ ଭବିଷ୍ୟତ ସୁରକ୍ଷା’ ସ୍ୱାକ୍ଷର ଅଭିଯାନରେ ସାମିଲ୍‌ ନହେବା ଘଟଣାକୁ ବିଜେଡି କର୍ମୀମାନେ ନାପସନ୍ଦ କରିଛନ୍ତି। ଖୋଲାଖୋଲି ଭାବେ ସାଂସଦଙ୍କୁ ବିରୋଧ କରିବା ସହିତ ଦ୍ୱିତୀୟ ଥର ପାଇଁ ତାଙ୍କୁ ସୁଯୋଗ ନଦେବାକୁ ଚେତାବନୀ ଦେଇଛନ୍ତି। ଏପରିକି ସାଂସଦଙ୍କ ଏପରି ଆଚରଣ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଅଭଯୋଗ କରିବେ ବୋଲି କହିଛନ୍ତି ବାଲିଗୁଡ଼ା ବ୍ଲକ ବିଜେଡି ସଭାପତି ଟୁନା ଦାସ।

ଆଜି ବାଲିଗୁଡା ତ୍ରିବେଦୀ ପାର୍କ ସାମ୍ନାରେ ବିଜେଡିର ‘ମୋ ଭବିଷ୍ୟତ ସୁରକ୍ଷା’ ସ୍ୱାକ୍ଷର ଅଭିଯାନ ଚାଲିଥିଲା। ଏଥିରେ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ଜିଲ୍ଲା ପରିଷଦ ଚେୟାରମ୍ୟାନ ଆକାଂକ୍ଷା ପ୍ରଧାନ, ବାଲିଗୁଡା ବିଧାୟକ ରାଜୀବ ପାତ୍ରଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ରହିଥିଲେ। ମାତ୍ର ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କୁ ଦେଖିବାକୁ ମିଳିନଥିଲା। ସେ ଏଠାରେ ଉପସ୍ଥିତ ଥାଇ ମଧ୍ୟ କାର୍ଯ୍ୟକ୍ରମରେ ଯୋଗନଦେବାରୁ ବାଲିଗୁଡା ବିଜେଡିରେ ଫାଟ ପଦାରେ ପଡ଼ିଛି।

ସାଂସଦଙ୍କର ଏଭଳି ଆଚରଣ ଦୁଃଖଦାୟକ ବୋଲି କହିଛନ୍ତି ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାସ। ସେ କହିଛନ୍ତି-“ଆଗାମୀ ଦିନରେ ଏଭଳି ସାଂସଦଙ୍କୁ ପୁଣି ଥରେ ଜିଲ୍ଲାରେ ଦେଖିବାକୁ ଚାହୁଁନାହୁଁ। ସାଂସଦଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହେବୁ।”

ଅନ୍ୟପଟେ ଏ ନେଇ କନ୍ଧମାଳ ସାଂସଦଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।



from Odisha Reporter http://bit.ly/2DutHUQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages