ବଢ଼ିବ କନଷ୍ଟେବଳ ଓ ହାବିଲଦାରଙ୍କ କ୍ଷମତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ବଢ଼ିବ କନଷ୍ଟେବଳ ଓ ହାବିଲଦାରଙ୍କ କ୍ଷମତା

constable

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି କିଛି ନିର୍ଦ୍ଦିଷ୍ଟ ମାମଲାରେ କନଷ୍ଟେବଳମାନେ ତଦନ୍ତ ସହ ଅଭିଯୁକ୍ତଙ୍କୁ ଗିରଫ କରିପାରିବେ। ଏ ନେଇ ପୁଲିସ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ପୁଲିସ ଡିଜି ଆର.ପି. ଶର୍ମା କହିଛନ୍ତି।

ଡିଜିପି ଶ୍ରୀ ଶର୍ମା କହିଛନ୍ତି, “ଆଇପିସିର କେତେକ ଧାରା ଯେଉଁଥିରେ, ୩ ବର୍ଷରୁ କମ୍ ଜେଲଦଣ୍ଡର ବ୍ୟବସ୍ଥା ରହିଛି, ସେସବୁ ମାମଲାର ତଦନ୍ତ କନଷ୍ଟେବଳମାନେ କରିପାରିବେ। ଓଡ଼ିଶା ପୁଲିସରେ ଥିବା ଗ୍ରାଜୁଏଟ କନଷ୍ଟେବଳ ଓ କ୍ରାଇମ ଇଣ୍ଟେଲିଜେନ୍ସ ହାବିଲଦାରମାନଙ୍କୁ ଏହି କ୍ଷମତା ମିଳିବ। ଓଡ଼ିଶା ପ୍ରିଭେନସନ୍ ଅଫ୍ ଗ୍ୟାମ୍ବଲିଂ ଆକ୍ଟ,, ଓଡ଼ିଶା ଫାୟାର ୱାର୍କ୍ସ ଆଣ୍ଡ ଲାଉଡସ୍ପିକର ରେଗୁଲେସନ୍ ଆକ୍ଟ ଭଳି ସାଧାରଣ ମାମଲାଗୁଡ଼ିକର ତଦନ୍ତ କନଷ୍ଟେବଳମାନେ କରିପାରିବେ। ତେବେ ଏମାନଙ୍କ ପାଇଁ ପ୍ରଥମେ ଟ୍ରେନିଂ ବ୍ୟବସ୍ଥା କରାଯିବ। ଏହାଦ୍ୱାରା ଥାନାରେ ବଢୁଥିବା ମାମଲାର ସଂଖ୍ୟାକୁ କମ୍ କରାଯାଇ ପାରିବ।”



from Odisha Reporter http://bit.ly/2FadhlZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages