କୋଟିଆ ଉପରେ ଆନ୍ଧ୍ରର ଆଖି: ଏଣେ ଘୋଷଣାରେ ଅଟକିଛନ୍ତି ରାଜ୍ୟ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

କୋଟିଆ ଉପରେ ଆନ୍ଧ୍ରର ଆଖି: ଏଣେ ଘୋଷଣାରେ ଅଟକିଛନ୍ତି ରାଜ୍ୟ ସରକାର

kotia

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲାର କୋଟିଆକୁ ହାତେଇବା ପାଇଁ ଆନ୍ଧ୍ର ସରକାରଙ୍କ ଉଦ୍ୟମ ଜାରି ରହିଛି। ଗାଁ ଲୋକଙ୍କ ମନ ଜିଣିବା ପାଇଁ ଆନ୍ଧ୍ର ସରକାର ଏଠାରେ ବିଭିନ୍ନ ଉନ୍ନୟନମୂଳକ କାମ କରୁଛନ୍ତି। ବୟସ୍କଙ୍କୁ ଭତ୍ତା ହେଉ କି ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ, ବିଭିନ୍ନ ଯୋଜନା ମାଧ୍ୟମରେ ଆନ୍ଧ୍ର ସରକାର ଏଠାରେ ନିଜ ପତିଆରା ଜାହିର କରିବାକୁ ଉଦ୍ୟମ କରୁଛନ୍ତି। ଆନ୍ଧ୍ରର ମସୁଧା ଜାଣିବା ପରେ କିଛିଦିନ ତଳେ ତତ୍ପର ହୋଇଥିଲେ ଓଡ଼ିଶା ସରକାର। ମାତ୍ର ଏହି ଅଞ୍ଚଳ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ଯୋଜନା ଏଯାଏ ପ୍ରତିଶ୍ରୁତିରେ ହିଁ ରହିଯାଇଛି।

kotiaକୋଟିଆ ଓଡ଼ିଶା ସୀମାରେ ଥିଲେ ବି ଏଠାରେ ନିଜ ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା ଜାରି ରଖିଛି ଆନ୍ଧ୍ର। ଲୋକଙ୍କୁ ମନାଇ ନିଜ ଲକ୍ଷ୍ୟ ହାସଲ ଲାଗି ଉଦ୍ୟମ କରୁଛି।କୋଟିଆର ବିଭିନ୍ନ ଗାଁରେ ଅନୁଷ୍ଠିତ ହୋଇଛି ଆନ୍ଧ୍ର ସରକାରଙ୍କ ‘ଜନ୍ମଭୂମି’ କାର୍ଯ୍ୟକ୍ରମ। ଏଥିରେ ଲୋକଙ୍କୁ ଭତ୍ତା ବଣ୍ଟା ଯିବା ସହ ଶିଶୁଙ୍କ ଲାଗି ପୁଷ୍ଟକର ଖାଦ୍ୟ ଦିଆଯାଇଛି। କେବଳ ସେତିକି ନୁହେଁ, ଆନ୍ଧ୍ର ସରକାର କୋଟିଆବାସୀଙ୍କୁ ଖାଦ୍ୟ ସୁରକ୍ଷା କାର୍ଡ ଯୋଗାଇ ଦେଇଥିବା ବେଳେ ଆଧାର କାର୍ଡରେ ସଂଶୋଧନ ମଧ୍ୟ କରାଯାଉଛି। ସେହିପରି ଓଡ଼ିଶା ସରକାରଙ୍କୁ ନଜଣାଇ ଆନ୍ଧ୍ର ସରକାର ସେମ୍ବିରେ ଏକ ଚେକ୍‌ଡ୍ୟାମ ବି ନିର୍ମାଣ କରିଛି। ଏହାସହ କୋଟିଆରୁ ତାଡିୱାଲସାକୁ ୧୫ କିମିର ଏକ ରାସ୍ତା ନିର୍ମାଣ ଲାଗି ଟେଣ୍ଡର ମଧ୍ୟ କରିସାରିଛନ୍ତି।

kotiaକୋଟିଆ ଉପରେ ଆନ୍ଧ୍ର ଆଖି ପକାଉଥିବା ଜଣାପଡ଼ିବା ପରେ ତତ୍ପର ହୋଇଥିଲେ ଓଡ଼ିଶା ସରକାର। ଏହି ଅଞ୍ଚଳ ଲାଗି ଦେଢ଼ଶହ କୋଟି ଟଙ୍କାର ଉନ୍ନୟନମୂଳକ ଯୋଜନା ଘୋଷଣା କରାଯାଇଥିଲା। ମାତ୍ର ବିଡ଼ମ୍ବନା, ଘୋଷଣା ଏଯାଏ ଘୋଷଣାରେ ହିଁ ରହିଛି।ନିକଟରେ ରାଜ୍ୟ ସରକାର ଘୋଷଣା କରିଥିବା ‘କାଳିଆ’ ଯୋଜନା ଲାଗି ଏହି ଅଞ୍ଚଳରେ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ମାତ୍ର ଲୋକେ ଆନ୍ଧ୍ରର ‘ଜନ୍ମଭୂମି’ ଯୋଜନା ପ୍ରତି ବେଶୀ ଆକୃଷ୍ଟ ହେଉଥିବା କୁହାଯାଉଛି।

kotiaଗୋଟିଏ ପଟେ ଆନ୍ଧ୍ର ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ଓ ଉନ୍ନୟନ ଯୋଜନା ଏଠାରେ ଲାଗୁ କରୁଥିବା ବେଳେ ଏହାର କୌଣସି ସୂଚନା ନଥିବା କୋରାପୁଟ ଜିଲ୍ଲାପଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି।ଆନ୍ଧ୍ର ସଭା ସମିତି କରୁଛି, ଡ୍ରାମ ମଧ୍ୟ କରିଛି। ଗାଁ ଗାଁରେ କାର୍ଯ୍ୟକ୍ରମ କରି ଭତ୍ତା ବାଣ୍ଟୁଛି ଓ ଶିଶୁଙ୍କ ପାଇଁ ଖାଦ୍ୟ ଯୋଗାଉଛି। ଏପରିକି ଆଧାର କାର୍ଡ ସଂଶୋଧନ କରି ଓଡ଼ିଶାରୁ ଆନ୍ଧ୍ର କରାଉଛି। ଏତେସବୁ ପରେ ଜିଲ୍ଲାପାଳଙ୍କ ପାଖରେ ଯଦି ଏନେଇ କୌଣସି ସୂଚନା ନାହିଁ, ତେବେ ଓଡ଼ିଶା ସରକାର କୋଟିଆବାସୀଙ୍କ ଉନ୍ନତି ପାଇଁ କେତେଦୂର ସମ୍ବେଦନଶୀଳ ତାହା ଏଥିରୁ ଜଣାପଡ଼ୁଛି।

ସୂଚନାଯୋଗ୍ୟ, ଆନ୍ଧ୍ର-ଓଡ଼ିଶା ସୀମାବର୍ତ୍ତୀ କୋଟିଆ ପଞ୍ଚାୟତର ୨୧ଟି ଗାଁ ଓ ୭ଟି ପଡ଼ାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ରହିଛି। ହେଲେ ପ୍ରଶାସନିକ ଅବହେଳା ହେଉ କି ଉଦାସୀନତା ଏହି ଅଞ୍ଚଳ କୋରାପୁଟ ଜିଲ୍ଲା ପ୍ରଶାସନର ଆଖି ଅଢୁଆଳରେ ରହିଯାଇଛି। ଯାହାର ଫାଇଦା ଉଠାଇ ଆନ୍ଧ୍ର ଏହାକୁ ନିଜ ନିୟନ୍ତ୍ରଣକୁ ନେବା ଲାଗି ପ୍ରୟାସ ଜାରି ରଖିଛି।



from Odisha Reporter http://bit.ly/2SAi0Bd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages