ନବୀନଙ୍କ ‘କାଳିଆ’, ରାହୁଲଙ୍କ କୃଷି ଋଣ ଛାଡ଼ ପ୍ରତିଶ୍ରୁତି ପରେ ଦୋଛକିରେ ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ନବୀନଙ୍କ ‘କାଳିଆ’, ରାହୁଲଙ୍କ କୃଷି ଋଣ ଛାଡ଼ ପ୍ରତିଶ୍ରୁତି ପରେ ଦୋଛକିରେ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀ ଭୋଟ୍‌କୁ ହାତେଇବା ପାଇଁ ୩ ଦଳର ପ୍ରାଣମୂର୍ଛା ଉଦ୍ୟମ। ସରକାରୀ ଦଳ ପଞ୍ଚମ ଥର କ୍ଷମତାକୁ ଫେରିବା ପାଇଁ ଚାଷୀଙ୍କୁ ପ୍ରମୁଖ ଅସ୍ତ୍ର କରୁଥିବା ବେଳେ କଂଗ୍ରେସ ଚାଷୀ ଋଣ ଛାଡରୁ ଆରମ୍ଭ କରି ଅନେକ ଲୋଭନୀୟ ପ୍ରତିଶ୍ରୁତି ରଖିଲାଣି । ରାହୁଲ ଗାନ୍ଧି କୃଷିଋଣ ଛାଡ଼ ସହ ଧାନ ଏମ୍ଏସ୍‌ପି୨୬ ଶହ ଟଙ୍କା ଦେବାକୁ ଘୋଷଣା କରି ପ୍ରତିଦ୍ୱନ୍ଦ୍ୱୀଙ୍କ ଶିବରିରରେ ହଲଚଲ ଆଣିଛନ୍ତି। ଏପଟେ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରୁଥିବା ବିଜେପି କିନ୍ତୁ କୃଷିଋଣ ଛାଡକୁ ନେଇ ଦୋ ଛକିରେ ପଡ଼ିଛି।

ରାଜ୍ୟ ନେତୃତ୍ୱ କୃଷି ଋଣ ଛାଡ ପାଇଁ ଘୋଷଣା କରିସାରିଥିଲେ ବି ଖୋଦ୍ ପ୍ରଧାନମନ୍ତ୍ରୀ ଏହା ସପକ୍ଷରେ ନ ଥିବାରୁ ଦ୍ୱନ୍ଦ୍ୱରେ ରାଜ୍ୟ ବିଜେପି। ଅନ୍ୟପଟେ ଆଉ କିଛି ଲୋଭନୀୟ ପ୍ରତିଶ୍ରୁତି ପାଇଁ ଲୋକଙ୍କ ମତନେବା ଲାଗି ଜିଲ୍ଲାର ରୁ ଜିଲ୍ଲା ବୁଲୁଛନ୍ତି ନେତା।ଏହି କ୍ରମରେ ପିସିସି ସଭାପତି ଆଜି ବାଲେଶ୍ୱର ବସଷ୍ଟାଣ୍ଡରେ ସାଧାରଣ ଲୋକଙ୍କ ମତ ନେଇଛନ୍ତି । ଜନ ଇସ୍ତାହାର ପ୍ରସ୍ତୁତ ପାଇଁ ସାଧାରଣ ସଭା କରି ଲୋକଙ୍କ  ମତ ବି ନେଇଛି ଦଳ।

ଏପଟେ  କୃଷିଋଣ ଛାଡ ପାଇଁ ପୂର୍ବରୁ ଘୋଷଣା କରିଥିବା ବିଜେପି କିନ୍ତୁ ଏବେ ଦୋଛକିରେ। କାରଣ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଋଣ ଛାଡ଼ ସପକ୍ଷରେ ନାହାନ୍ତି ।ଏପରି ସ୍ଥିତିରେ ରାଜ୍ୟ ବିଜେପି ନିଜ ଇସ୍ତାହାରରେ ଋଣ ଛାଡ଼ର ପ୍ରତିଶ୍ରୁତି ରଖିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱରେ । ଆଜି ବସିଥିବା ଇସ୍ତାହାର କମିଟିର ଦ୍ୱିତୀୟ ବୈଠକରେ କୃଷି ଓ କୃଷକଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଏଥିପାଇଁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ୱେବ୍‌ସାଇଟ୍‌ ମାଧ୍ୟମରେ ଲୋକଙ୍କ ମତ ବି ନି‌ଆଯାଉଛି। କେନ୍ଦ୍ରୀୟ ନେତୃତ୍ୱ ନ ଚାହିଁଲେ କୃଷିଋଣ ଛାଡ଼ ନେଇ ରାଜ୍ୟ ବିଜେପି ନିଷ୍ପତ୍ତି ନେଇପାରିବ ନାହିଁ ବୋଲି କହିଛନ୍ତି ଇସ୍ତାହାର କମିଟି ମୁଖ୍ୟ ବିଶ୍ୱଭୂଷଣ ହରିଚନ୍ଦନ ।

ସେପଟେ ଲଗାତର ୪ ପାଳି ସରକାରରେ ରହିବା ପରେ ଏଥର ବି ଚାଷୀ ଭୋଟ୍ ହାତେଇବା ପାଇଁ ବିଜେଡି ନିର୍ବାଚନର ତିନିମାସ ପୂର୍ବରୁ କାଳିଆ ଯୋଜନା କରିଛି ବୋଲି କୁହାଯାଉଛି। ଯଦିଓ ଦଳ କୃଷି ଋଣ ଛାଡ ସପକ୍ଷରେ ନାହିଁ ତଥାପି କାଳିଆ ଯୋଜନାରେ ସବୁ ବର୍ଗର ଚାଷୀଙ୍କୁ ଟଙ୍କା ବାଣ୍ଟି ଦଳ ନିର୍ବାଚନୀ ବୈତରଣୀ ପାର ହେବ ବୋଲି ଯୋଜନା କରିଥିବା ଚର୍ଚ୍ଚା ହେଉଛି।



from Odisha Reporter http://bit.ly/2UnlGXj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages