ନାଗରିକତ୍ୱ ବିଲ୍‌ ପାସ୍‌ ହେଲେ ପରିଣାମ ଭୋଗିବେ ବିଜେପି ଓ ଏନ୍‌ଡିଏ: ଜେଡିୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ନାଗରିକତ୍ୱ ବିଲ୍‌ ପାସ୍‌ ହେଲେ ପରିଣାମ ଭୋଗିବେ ବିଜେପି ଓ ଏନ୍‌ଡିଏ: ଜେଡିୟୁ

ଗୁଆହାଟୀ: ନାଗରିକତ୍ୱ ସଂଶୋଧନ ବିଲ୍‌ ପାସ୍‌ ହେଲେ ଏହାର ଭୟଙ୍କର ପରିଣାମ ଉଭୟ ବିଜେପି ଓ ଏନ୍‌ଡିଏ ଭୋଗିବେ ବୋଲି ଆଜି ଏନ୍‌ଡିଏରେ ଅଂଶୀଦାର ଥିବା ଜେଡିୟୁ ପକ୍ଷରୁ କୁହାଯାଇଛି।

ଆଜି ଜେଡିୟୁର ଏକ ପ୍ରତିନିଧି ଦଳ ଗୁଆହାଟୀ ଗସ୍ତ କରିଥିଲା। ବିଜେପିର ପୂର୍ବତନ ସହଯୋଗୀ ଏଜିପି ଦଳର ନିମନ୍ତ୍ରଣକ୍ରମେ ଜେଡିୟୁ ସେଠାକୁ ଯାଇଥିଲା। ଏଜିପି ବିଜେପିର ସହଯୋଗୀ ଥିଲେ ହେଁ ଏହି ନାଗରିକତ୍ୱ ବିଲ୍‌କୁ ବିରୋଧ କରି ଦଳ ଏନଡିଏରୁ ଦୂରେଇ ଯାଇଛି। ମଙ୍ଗଳବାର ଏଜିପି ପକ୍ଷରୁ ସମସ୍ତଙ୍କୁ ନେଇ ଏକ ବୈଠକ କରାଯିବ।

ଏଥିରେ ନାଗରିକତ୍ୱ ବିଲ୍‌ର ଭବିଷ୍ୟତ ନେଇ ଆଲୋଚନା କରାଯିବ। ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା କହିଛନ୍ତି, “ ଏହି ବିଲ୍‌ ବିରୋଧରେ ଉତ୍ତର ଭାରତର ସମସ୍ତ ରାଜ୍ୟର ଆଞ୍ଚଳିକ ଦଳଗୁଡ଼ିକ ଏକାଠି ହୋଇଛନ୍ତି। ଏବେ ଆମେ ବିଲ୍‌ ଉପରେ ପୁନର୍ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବୁ।”

ଜେଡିୟୁ ସାଧାରଣ ସମ୍ପାଦକ କେସି ତ୍ୟାଗୀ କହିଛନ୍ତି, “ଆମେ ଏ ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସହ କଥା ହେବୁ। ଦରକାର ପଡ଼ିଲେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବୁ। ଯଦି ଏହି ବିଲ୍‌ ପାସ୍‌ ହୁଏ, ତା’ହେଲେ ଉଭୟ ଏନ୍‌ଡିଏ ଓ ବିଜେପି ଭୟଙ୍କର ପରିଣାମ ଭୋଗିବେ। ଆମେ ଏଜିପିକୁ ଏ ପ୍ରସଙ୍ଗରେ ସମର୍ଥନ କରୁଛୁ। ଏହି ବିଲ୍‌କୁ ବିରୋଧ କରାଯିବା ଦରକାର।”

ଭାରତକୁ ଶରଣାର୍ଥୀ ଭାବେ ଚାଲି ଆସିଥିବା ଅନ୍ୟ ଦେଶର ‘ସଂଖ୍ୟାଲଘୁ’ ଅଣ ମୁସଲିମ ଲୋକଙ୍କୁ ନାଗରିକତ୍ୱ ପ୍ରଦାନ ପାଇଁ କେନ୍ଦ୍ର ସରକାର ନାଗରିକତ୍ୱ ସଂଶୋଧନ ବିଲ୍‌ ଆଣିଛନ୍ତି। ଏହା ଲୋକସଭାରେ ପାସ୍‌ ହୋଇ ସାରିଛି।



from Odisha Reporter http://bit.ly/2DFTR7r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages