ଯଦି ସେ ଭାବୁଥା’ନ୍ତି ଭାଇଙ୍କ କ୍ୟାରିଅର ପ୍ରତି ଆଞ୍ଚ ଆସିବ, ତାହା ଠିକ୍‌ ନୁହେଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ଯଦି ସେ ଭାବୁଥା’ନ୍ତି ଭାଇଙ୍କ କ୍ୟାରିଅର ପ୍ରତି ଆଞ୍ଚ ଆସିବ, ତାହା ଠିକ୍‌ ନୁହେଁ

prithvirajharichandan

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ପଦ୍ମ ପୁରସ୍କାର ଘୋଷଣା କରାଯାଇଥିଲା। ଏ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ତଥା ବିଶିଷ୍ଟ ଲେଖିବା ଗୀତା ମେହେଟାଙ୍କ ନାଁ ଥିଲା।

ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ‘ପଦ୍ମଶ୍ରୀ’ ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଥିଲା। ଆମେରିକାରେ ରହୁଥିବା ଗୀତା ପ୍ରବାସୀ ଭାରତୀୟ ଭାବେ ଏହି ପୁରସ୍କାର ପାଇଥାଆନ୍ତେ। ତେବେ ସେ ଏହି ସମ୍ମାନ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।
ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହାକୁ ନେଇ ସରକାର ଓ ସେ ନିଜେ ଅପ୍ରୀତିକର ସ୍ଥିତିରେ ପଡ଼ିପାରନ୍ତି ବୋଲି କହି ଗୀତା ଏହାକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।

naveen23ଅନ୍ୟପକ୍ଷରେ ଗୀତାଙ୍କ ଏ ନିଷ୍ପତ୍ତିକୁ ବିଜେପି ସହଜରେ ଗ୍ରହଣ କରି ପାରିନି।

ରାଜ୍ୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଷ୍ଟ୍ରୀୟ ପୁରସ୍କାରକୁ କୌଣସି ବ୍ୟକ୍ତି ପ୍ରତ୍ୟାଖ୍ୟାନ କରିବା ଅନୁଚିତ୍‌। ରାଷ୍ଟ୍ରୀୟ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିବା ଅର୍ଥ ରାଷ୍ଟ୍ରପ୍ରତି ଅସମ୍ମାନ।

ସେ ଆହୁରି କହିଛନ୍ତି, ସେ (ଗୀତା ମେହେଟା) ପୁରସ୍କାର ଗ୍ରହଣ କରିବେ କି ନାହିଁ, ତାହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି।

ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଭାଇଙ୍କ କ୍ୟାରିଅର ପ୍ରତି ଆଞ୍ଚ ଆସିବ ବୋଲି ଯଦି ସେ ଭାବୁଥାନ୍ତି, ତାହା ଠିକ୍‌ ନୁହେଁ। ତାଙ୍କ ପରି ସୁଲେଖିକାଙ୍କ ଠାରୁ ଏହା ଆଶା କରାଯାଇନପାରେ।

ଏନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ସେ (ଗୀତା ମେହେଟା) କାହିଁକି ମନାକଲେ, ତାହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଏସବୁ ନେଇ ତାଙ୍କୁ ରାଜନୀତିକୁ ଟଣା ନଯାଉ।”

ଚଳିତ ବର୍ଷ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୪ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବାକୁ ଗତକାଲି ଘୋଷଣା କରାଯାଇଥିଲା।



from Odisha Reporter http://bit.ly/2sKq6vK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages