“ବନ୍ଦେ ମାତରମ୍‌”କୁ ଓଡ଼ିଆରେ ଆସନ୍ତୁ ଜାଣିବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

“ବନ୍ଦେ ମାତରମ୍‌”କୁ ଓଡ଼ିଆରେ ଆସନ୍ତୁ ଜାଣିବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ସାଧାରଣତନ୍ତ୍ର ଦିବସ। ଜଣେ ଭାରତୀୟ ଭାବେ ଆଜିର ଦିନଟିକୁ ଆମେ ଉତ୍ସାହର ସହ ପାଳନ କରୁଛେ। ସମସ୍ତଙ୍କ ତୁଣ୍ଡରେ ଭାରତମାତାଙ୍କ ଗୁଣଗାନ ହେଉଛି। ବନ୍ଦେ ମାତରମଂ, ଜନ-ଗଣ-ମନ ଭଳି ଦେଶାତ୍ମବୋଧକ ସଙ୍ଗୀତରେ ଝଙ୍କୁରୀତ ହେଉଛି ସମଗ୍ର ଦେଶ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଜାଣିବା ସଂସ୍କୃତରେ ଲିଖିତ “ଦେବୀ ଭାରତୀ” ତଥା ଭାରତମାତାଙ୍କ ବନ୍ଦନାର ବାସ୍ତବିକ୍‌ ଅର୍ଥ କ’ଣ। ସ୍ୱର୍ଗତ ବଙ୍କିମ୍‌ ଚନ୍ଦ୍ର ଚାଟାର୍ଜିଙ୍କ ଦ୍ୱାରା ଲିଖିତ ଏହି କବିତାଟି ସଂସ୍କୃତ ଭାଷାରେ ଲେଖାଯାଇଛି। ତେବେ ଆସନ୍ତୁ ଜାଣିବା ଓଡ଼ିଆରେ ଏହାର ଭାବାର୍ଥ କ’ଣ ।

“ହେ ମା’ ମୁଁ ତୁମକୁ ବନ୍ଦନା କରୁଛି। ତୁମ ପବିତ୍ର ପାଣି, ପବିତ୍ର ଫଳ, ପ୍ରବାହିତ ଶୀତଳ ମଳୟ ପବନକୁ ପ୍ରାପ୍ତ କରି ଆମେ ଅନୁଗୃହୀତ ହୋଇଛୁ । ଶ୍ୟାମଳ ଶଶ୍ୟ ସମ୍ପନ୍ନ ମା’ ତୁମେ ଚନ୍ଦ୍ରମାଙ୍କ ଶୁଭ୍ର ଜ୍ୟୋତ୍ସ୍ନାରେ ସୁଶୋଭିତ। ପ୍ରସ୍ପୁଟିତ ପୁଷ୍ପ ଓ ଦୃମଦଳ ବା ବୃକ୍ଷରାଜୀର ଶୋଭାରେ ତୁମେ ମଣ୍ଡିତ। ସୁମଧୁର ହାସ୍ୟ ଓ ସୁମଧୁର ଭାଷାମାନଙ୍କୁ ଧାରଣ କରିଛ(ଭାରତର ଅନେକ ଭାଷାକୁ ଉଦ୍ଦେଶ୍ୟରେ କୁହାଯାଇଛି। ) । ତୁମେ ସୁଖ ଓ ବର ପ୍ରଦାନକାରୀ । ୩୦ କୋଟି କଣ୍ଠ(ତତ୍କାଳୀନ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଲିଖିତ)ରେ ତୁମ କିର୍ତ୍ତିମାନ ନାମଗୁଣ ବର୍ଣ୍ଣିତ ହେଉଛି। ୬୦ କୋଟି ଭୂଜରେ ସୁରକ୍ଷା ପାଇଁ ତୁମେ ଖଡ୍ଗ ଧାରଣ କରିଛ। ଏତେ ଶକ୍ତିର ଅଧିକାରୀ ହେ ମା’ ତୁମେ କେବେ ଦୁର୍ବଳା ହୋଇ ନ ପାର। ବହୁ ବଳ ଧାରିଣୀ ତୁମ୍ଭେ ଆମ୍ଭର ତ୍ରାଣକର୍ତ୍ତା, ମୁଁ ତୁମକୁ ପ୍ରଣାମ କରୁଛି।

ତୁମେ ବିଦ୍ୟା, ତୁମେ ମୋର ଜ୍ଞାନ, ତୁମେ ହିଁ ମୋ ଅର୍ନ୍ତମନ, ତୁମେ ମୋର ଲକ୍ଷ୍ୟ, ତୁମେ ମୋ ଶରୀରର ପ୍ରାଣ ଅଟ। ତୁମେ ହିଁ ମୋର ଭୂଜର ବଳ, ହୃଦୟର ଭକ୍ତି ଭାବେ ବିରାଜୁଛ। ତୁମେ ପ୍ରତି ମନ୍ଦିରେ ମନ୍ଦିରେ ସ୍ଥାପିତ। ତୁମେ ହିଁ ଦଶଭୂଜା ଦୁର୍ଗା, ତୁମେ ପଦ୍ମପୁଷ୍ପରେ ଆସିନ ହେଉଥିବା ଲକ୍ଷ୍ମୀ। ତୁମେ ମନୁଷ୍ୟକୁ ପୂର୍ଣ୍ଣତା ପ୍ରଦାନକାରୀ ଜ୍ଞାନର ଗଙ୍ଗା ସାରଦା ଅଟ।

ମୁଁ ତୁମ ଦାସ, ତୁମ ଦାସର ଦାସ, ତୁମ ଦାସର ଅନୁଦାସ ମଧ୍ୟ। ଉଚିତ୍‌ ଜଳ ଉଚିତ୍‌ ଫଳ ପ୍ରଦାନ କରି ମୋତେ ପୋଷଣ ଦେଉଥିବା ହେ ମା’ ମୁଁ ତୁମକୁ ବାରମ୍ବାର ପ୍ରଣାମ କରୁଛି। ଉତ୍ତମ କୃଷି କ୍ଷେତ୍ରରେ ବିଚରଣ କରୁଥିବା ହେ ପବିତ୍ର ସୌନ୍ଦର୍ଯ୍ୟତମ ଦେବୀ ମୁଁ ତୁମକୁ ପ୍ରଣାମ କରୁଛି। ଶକ୍ତିଶାଳୀ, ଅକ୍ଷୟ ଓ ଅମର ହେ ମା‘ ମୁଁ ତୁମକୁ ପ୍ରଣାମ କରୁଛି।”

 



from Odisha Reporter http://bit.ly/2Mxhtxx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages