୨୬ ସୁଦ୍ଧା ମିଳିବ ‘କାଳିଆ’ ଟଙ୍କା: ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

୨୬ ସୁଦ୍ଧା ମିଳିବ ‘କାଳିଆ’ ଟଙ୍କା: ମନ୍ତ୍ରୀ

surya

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାନୁଆରୀ ୨୬ ତାରିଖ ସୁଦ୍ଧା ‘କାଳିଆ’ ହିତାଧିକାରୀଙ୍କୁ ମିଳିବ ଟଙ୍କା। ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ। ଏନେଇ ଆଜି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ନିୟମିତ ଭାବେ ନେଣଦେଣ କରୁଥିବା ୧୨ ଲକ୍ଷ ୪୦ ହଜାର ଚାଷୀଙ୍କୁ ଟଙ୍କା ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ଏବେ ଆବେଦନ କରୁଥିବା ଚାଷୀଙ୍କୁ ଯାଞ୍ଚ ପରେ ଟଙ୍କା ଦିଆଯିବ। ଯୋଜନାକୁ ନେଇ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଜରିଆରେ ବୈଧତା ଯାଞ୍ଚ କରାଯିବ। ଅଧିକାରୀ ଯାଞ୍ଚ ତାଲିକା ଦେଲା ପରେ ୨୬ ତାରିଖ ସୁଦ୍ଧା ଟଙ୍କା ପ୍ରଦାନ କରାଯିବ।

ଏନେଇ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, “ଆମ ସହିତ ୧୨ ଲକ୍ଷ ୪୦ହଜାର ଚାଷୀ ପରିବାର ନେଣଦେଣ କରୁଛନ୍ତି। ସେମାନେ ବିହନ କିଣୁଛନ୍ତି, ଧାନ ବିକ୍ରି କରୁଛନ୍ତି, ୟୁରିଆ କିଣୁଛନ୍ତି। ସେମାନଙ୍କୁ  ଜାନୁଆରୀ ୨୬ ତାରିଖ ସୁଦ୍ଧା ‘କାଳିଆ’ ଯୋଜନାରେ ଅର୍ଥ ଦିଆଯିବ। ତା’ସହିତ ଯେଉଁ ଦରଖାସ୍ତ ଆସିଛି, ତାହାକୁ ଯାଞ୍ଚ କରାଯାଉଛି। ଜାନୁଆରୀ ୨୬ ସୁଦ୍ଧା ତାଲିକା ଚୂଡ଼ାନ୍ତ କରାଯାଇ ସେମାନଙ୍କୁ ମଧ୍ୟ ଟଙ୍କା ଦିଆଯିବ।”



from Odisha Reporter http://bit.ly/2FlI5Rz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages