ଏମିତି ଥିଲା ସ୍ୱାମୀ ବିବେକାନନ୍ଦଙ୍କ ଆଦ୍ୟଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ଏମିତି ଥିଲା ସ୍ୱାମୀ ବିବେକାନନ୍ଦଙ୍କ ଆଦ୍ୟଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେ ସବୁବେଳେ ଲୋକଙ୍କୁ ସ୍ୱାର୍ଥରହିତ କାର୍ଯ୍ୟ କରିବା ପାଇଁ ଉପଦେଶ ଦିଅନ୍ତି। ଯେଉଁ କାର୍ଯ୍ୟରେ ସ୍ୱାର୍ଥ ଥାଏ ସେ କାର୍ଯ୍ୟ ସେତେ ସୁକାର୍ଯ୍ୟ ହୋଇପାରେନା। ସୁକାର୍ଯ୍ୟ କରୁଥିବା ବ୍ୟକ୍ତି ହିଁ ସଫଳତା ପାଇବାର ହକ୍‌ଦାର୍‌। ଏହା ଥିଲା ତାଙ୍କର ବାଣୀ। ଆମେ କହୁଛୁ ମହାନ୍‌ ଦେଶଭକ୍ତ ସ୍ୱାମୀ ବିବେକାନନ୍ଦଙ୍କ କଥା। ଆଜି ହେଉଛି ସ୍ୱାମୀଜୀଙ୍କ ଜନ୍ମଦିନ। ଆସନ୍ତୁ ତାଙ୍କର ପୂଣ୍ୟ ଜନ୍ମତିଥିରେ ଜାଣିବା ତାଙ୍କ ସମ୍ପର୍କରେ କିଛି କଥା।

ଶ୍ରୀରାମକୃଷ୍ଣ ପରମହଂସଙ୍କର ସବୁଠାରୁ ଧାର୍ମିକ ଓ ଶୃଙ୍ଖଳିତ ଛାତ୍ର ଥିଲେ ସ୍ୱାମୀ ବିବେକାନନ୍ଦ। ମହାନ୍‌ ଦାର୍ଶନିକ ସ୍ୱାମୀ ବିବେକାନନ୍ଦ ଭାରତର ଉତ୍ଥାନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ତାଙ୍କର ଜନ୍ମ ୧୨ ଜାନୁଆରୀ ୧୮୬୩ ମସିହାରେ କୋଲକାତାରେ ହୋଇଥିଲା। ପୂରା ନାମ ଥିଲା ନରେନ୍ଦ୍ରନାଥ ଦତ୍ତ। ଘରେ ସମସ୍ତେ ଗେଲରେ ଡାକୁଥିଲେ ନରେନ୍‌। ସେ ବହୁତ୍‌ ସ୍ୱଳ୍ପ ବୟସରୁ ବେଦ ଓ ଦର୍ଶନ ଶାସ୍ତ୍ରରେ ପାରଦର୍ଶିତା ହାସଲ କରିଥିଲେ।

ପିତା ବିଶ୍ୱନାଥ ଦତ୍ତ କୋଲକାତା ହାଇକୋର୍ଟରେ ଜଣେ ଓକିଲ ଥିଲେ ଆଉ ମା’ ଭୁବନେଶ୍ୱରୀ ଦେବୀ ଧାର୍ମିକ ଭାବନାର ଜଣେ ସୁଗୃହିଣୀ ଥିଲେ। ୧୮୮୪ରେ ପିତାଙ୍କର ବିୟୋଗ ପରେ ସମସ୍ତ ଦାୟିତ୍ୱ ନରେନ୍‌ଙ୍କ ଉପରକୁ ଆସିଥିଲା। ସ୍ୱାମୀ ବିବେକାନନ୍ଦ ଅତିଥି ସେବା କରିବାକୁ ଭଲ ପାଉଥିଲେ। ନିଜେ ଭୋକିଲା ରହି ଅତିଥିମାନଙ୍କୁ ସେ ଖାଇବାକୁ ଦେଉଥିଲେ। ଏହି ଗୁଣ ପାଇଁ ପିଲାଟିବେଳୁ ସେ ସମସ୍ତଙ୍କ ଶ୍ରଦ୍ଧାର ପାତ୍ର ହୋଇପାରିଥିଲେ।

୨୫ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇ ଯାଇଥିଲେ।

ଆପଣ ଜାଣନ୍ତି କି ?

  • ସ୍ୱାମୀ ବିବେକାନନ୍ଦ ୧୮୭୧ ମସିହାରେ ସ୍କୁଲ୍‌ ଯାଇଥିଲେ। ୧୮୭୯ ମସିହାରେ ସେ ପ୍ରେସିଡେନ୍‌ସୀ କଲେଜ୍‌ରେ ପ୍ରେବେଶ କରିଥିଲେ ଓ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।
  • ବାଳକ ନରେନ୍ଦ୍ର ୨୫ ବର୍ଷ ବୟସରେ ସନ୍ନ୍ୟାସ ନେବା ପରେ ସ୍ୱାମୀ ବିବେକାନନ୍ଦଙ୍କ ନାମରେ ପରିଚିତ ହୋଇଥିଲେ।
  • ରାମକୃଷ୍ଣ ପରମହଂସ ଓ ସ୍ୱାମୀ ବିବେକାନନ୍ଦଙ୍କର ୧୮୮୧ ମସିହାରେ କୋଲକାତାର ଦକ୍ଷିଣେଶ୍ୱର କାଳି ମନ୍ଦିରରେ ଦେଖା ହୋଇଥିଲା। ପରମହଂସ ତାଙ୍କୁ ଶିକ୍ଷା ଦେଇଥିଲେ ଯେ, ସେବା ହେଉଛି ପରମଧର୍ମ। ସମସ୍ତ ମାନବ ଜାତିରେ ସେବା ପାଇଁ ସଚେତନ ରହିବା ଦରକାର।
  • ବିବେକାନନ୍ଦ ଯେବେ ରାମକୃଷ୍ଣ ପରମହଂସଙ୍କ ସହିତ ମିଶିଥିଲେ, ‘ତେବେ ସେ ଗୋଟିଏ ପ୍ରଶ୍ନ କରିଥିଲେ ଯେ, କଣ ଆପଣ ଭଗବାନଙ୍କୁ ଦେଖିଛନ୍ତି’? ଏହାର ଉତ୍ତରରେ ରାମକୃଷ୍ଣ ପରମହଂସ କହିଥିଲେ, ହଁ ମୁଁ ଦେଖିଛି, ମୁଁ ଭଗବାନଙ୍କୁ ସେତିକି ସଫା ଭାବରେ ଦେଖିପାରୁଛି, ଯେତିକି ମୁଁ ତୁମକୁ ଦେଖି ପାରୁଛି। ଫରକ କେବଳ ଏତିକି ମୁଁ ଭଗବାନଙ୍କଠାରୁ ତୁମକୁ ଅଧିକ ଭାବେ ଅନୁଭବ କରିପାରୁଛି।”
  • ଆମେରିକାର ଚିକାଗୋ ସହରରେ ହୋଇଥିବା ଧର୍ମ ସଂସଦରେ ସ୍ୱାମୀ ବିବେକାନନ୍ଦ ଆମେରିକାବାସୀଙ୍କୁ ‘ଭାଇ ଓ ଭଉଣୀ’ ସମ୍ୱୋଧନ କରି ଭାଷଣ ଆରମ୍ଭ କରିଥିଲେ। ଯାହା ସେ ସମୟରେ ଧର୍ମସଭାରେ ଉପସ୍ଥିତ ସମସ୍ତ ଜନତାଙ୍କୁ ଚକିତ କରିଥିଲା ଓ ମହାନ୍‌ ଭାରତୀୟ ସନାତନ ସଂସ୍କୃତିର ଏଭଳି ଉଚ୍ଚାରଣ ଲାଗି ସମବେତ ଜନତା ଠିଆ ହୋଇ ସ୍ୱାମୀଜୀଙ୍କୁ ଅଭିନନ୍ଦନ ଜଣାଇଥିଲେ।
  • ସ୍ୱାମୀ ବିବେକାନନ୍ଦ ଅଭିଭାଷଣ ଦେଉଥିବା ସମୟରେ ଆର୍ଟ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଚିକାଗୋରେ ଦୁଇ ମିନିଟ୍‌ ପର୍ଯ୍ୟନ୍ତ ତାଳି ବାଜିଥିଲା। ୧୧ ଡିସେମ୍ୱର ୧୮୯୩ ମସିହାରେ ସେହି ଦିନଟି ସବୁଦିନ ପାଇଁ ଇତିହାସରେ ଲିପିବଦ୍ଧ ହୋଇ ରହିଛି। ଯାହା ଆମକୁ ଭାରତୀୟ ଭାବି ଗର୍ବ ଅନୁଭବ କରାଇବାକୁ ପ୍ରଚୋଦନା ଯୋଗାଉଛି।
  • ସ୍ୱାମୀ ବିବେକାନନ୍ଦ ୧୮୯୭, ୧ ମେ’ରେ କୋଲକାତାରେ ରାମକୃଷ୍ଣ ମିଶନ ଏବଂ ୧୮୯୮ ମସିହା ୯ ଡିସେମ୍ୱରରେ ଗଙ୍ଗା ନଦୀ କୂଳରେ ଥିବା ବେଲୁର୍‌ରେ ରାମକୃଷ୍ଣ ମଠର ସ୍ଥାପନା କରିଥିଲେ।
  • ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ ୧୨ ଜାନୁଆରୀକୁ ଭାରତରେ ପ୍ରତିବର୍ଷ ‘ରାଷ୍ଟ୍ରୀୟ ଯୁବ ଦିବସ’ ଭାବେ ପାଳନ କରାଯାଇଥାଏ। ଏହାର ଆରମ୍ଭ ୧୯୮୫ ମସିହାରେ ହୋଇଥିଲା।
  • ବିବେକାନନ୍ଦ ଶ୍ୱାସ ଓ ସୁଗାର୍‌ ରୋଗରେ ଆକ୍ରାନ୍ତ ଥିଲେ। ସେ ଥରେ କହିଥିଲେ, ଏହି ରୋଗ ମୋତେ ୪୦ ବର୍ଷ ମଧ୍ୟ ପାର୍‌ ହେବାକୁ ଦେବନାହିଁ। ନିଜ ମୃତ୍ୟୁ ବିଷୟରେ କରିଥିବା ବିବେକାନନ୍ଦଙ୍କ ଭବିଷ୍ୟବାଣୀ ସତ ହୋଇଥିଲା। ୩୯ ବର୍ଷ ବୟସ ୧୯୦୨ ମସିହା ୪ ଜୁଲାଇରେ ବେଲୁର୍‌ସ୍ଥିତ ରାମକୃଷ୍ଣ ମଠରେ ସେ ଧ୍ୟାନମଗ୍ନ ଅବସ୍ଥାରେ ପ୍ରାଣ ତ୍ୟାଗ କରିଥିଲେ।
  • ବେଲୁର୍‌ର ଗଙ୍ଗା ତଟରେ ବିବେକାନନ୍ଦଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ସେହି ଗଙ୍ଗା ତଟର ଅନ୍ୟପଟେ ତାଙ୍କ ଗୁରୁ ରାମକୃଷ୍ଣ ପରମହଂସଙ୍କ ଅନ୍ତିମ ସଂସ୍କାର ହୋଇଥିଲା।

 



from Odisha Reporter http://bit.ly/2FxgSe7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages