ଡଙ୍ଗା ବୁଡ଼ି ୧୦ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ କେନ୍ଦ୍ର ସରକାର ଦେବେ ସହାୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ଡଙ୍ଗା ବୁଡ଼ି ୧୦ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ କେନ୍ଦ୍ର ସରକାର ଦେବେ ସହାୟତା

boat2

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ମହାନଦୀ ମୁହାଣର ନିପାଣିଆରେ ଡଙ୍ଗା ବୁଡ଼ି ଘଟଣାରେ ମୃତକଙ୍କ ସଂପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡରୁ ଅନୁକମ୍ପା ମୂଳକ ସହାୟତା ମିଳିବ।

ମୃତକଙ୍କ ପରିବାରକୁ ୨ଲକ୍ଷ ଓ ଗୁରୁତର ‌ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯିବ। ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ଆସିଛି।

ଯେଉଁ ମାନଙ୍କୁ ସହାୟତା ରାଶି ଦିଆଯିବ ସେମାନଙ୍କ ବାବଦରେ ସମସ୍ତ ତଥ୍ୟ ସହ ବ୍ୟାଙ୍କ ଆକାଉଣ୍ଟ ନମ୍ବର ପ୍ରଦାନ କରିବାକୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ କୁହାଯାଇଛି। ଏହାସହ ମୃତକମାନେ ଜଗତସିଂହପୁର ଜିଲ୍ଲାର ହୋଇଥିବାରୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ମଧ୍ୟ ଏନେଇ ଅବଗତ କରଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ।

ଜାନୁଆରୀ ଦୁଇ ତାରିଖରେ ନିପାଣିଆ ଗାଁ ନିକଟରେ ଡଙ୍ଗାବୁଡ଼ି ଜଗତସିଂପୁର ଜିଲ୍ଲା ହସିଣା ଗାଁର ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ୨୦ରୁ ଅଧିକ ଆହତ ହୋଇଥିଲେ। ମୃତକ ମଧ୍ୟରେ ୮ ଜଣ ଶିଶୁଥିବା ବେଳେ ଦୁଇ ଜଣ ମହିଳା ଥିଲେ।

boat2ସେହିଦିନ ହସିଣା ଗାଁର ୧୭ଟି ପରିବାରର ପୁରୁଷ, ମହିଳା ଓ ଶିଶୁଙ୍କୁ ମିଶାଇ ମୋଟ ୫୫ ଜଣ ବଣଭୋଜି କରିବାକୁ ଦୁଇଟି ଦେଶୀ ଡଙ୍ଗା ଯୋଗେ ହୁକିଟୋଲା ଯାଇଥିଲେ। ତେବେ ସେଠାରୁ ସେମାନେ ଗୋଟିଏ ଡଙ୍ଗାରେ ଫେରୁଥିଲେ। ଫେରିବା ବେଳେ କେନ୍ଦ୍ରାପଡ଼ାର ନିପାଣିଆରେ ମହାନଦୀ ମୁହାଣରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ବସିଥିଲେ।



from Odisha Reporter http://bit.ly/2Miuf38

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages