ଗୋଟିଏ ଓଭର୍‌ରେ ଡବଲ୍‌ ଝଟ୍‌କା ଦେଲେ ଚହଲ, ଅଷ୍ଟ୍ରେଲିଆ ୧୧୫/୪ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ଗୋଟିଏ ଓଭର୍‌ରେ ଡବଲ୍‌ ଝଟ୍‌କା ଦେଲେ ଚହଲ, ଅଷ୍ଟ୍ରେଲିଆ ୧୧୫/୪

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ତଥା ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳୁଥିବା ୟୁଜବେନ୍ଦର ଚହଲ ମେଲବର୍ଣ୍ଣରେ କମାଲ କରିଛନ୍ତି। ସିରିଜ୍‌ରେ ପ୍ରଥମଥର ବୋଲିଂ କରୁଥିବା ଚହଲ ତାଙ୍କ ପ୍ରଥମ ଓଭର୍‌ରେ ହିଁ ଅଷ୍ଟ୍ରେଲିଆକୁ ଡବଲ୍‌ ଝଟ୍‌କା ଦେଇଛନ୍ତି। ସେ ମାତ୍ର ୨ ରନ୍‌ ଦେଇ ୨ଟି ୱିକେଟ୍‌ ଦଖଲ କରିଛନ୍ତି। ଚହଲଙ୍କ ବଲ୍‌ରେ ଦୁଇ ସେଟ୍‌ ବ୍ୟାଟ୍‌ମ୍ୟାନ୍‌ ଶନ୍‌ ମାର୍ଶ ଓ ଉସମାନ ଖ୍ୱାଜା ଆଉଟ୍‌ ହୋଇଛନ୍ତି।

ଅଷ୍ଟ୍ରେଲିଆ ୨୭ ରନ୍‌ରେ ଦୁଇଟି ୱିକେଟ୍‌ ହରାଇବା ପରେ ଖ୍ୱାଜା ଓ ମାର୍ଶ ଯୋଡ଼ି ସ୍ଥିତି ସମ୍ଭାଳିଥିଲେ। ଉଭୟ ଭାରତୀୟ ବୋଲରଙ୍କୁ କଡ଼ା ମୁକାବିଲ କରିବା ସହ ଦ୍ରୁତ ରନ୍‌ ସଂଗ୍ରହ କରିଥିଲେ। ଦଳୀୟ ସ୍କୋର ୧୦୦ରେ ପହଞ୍ଚାଇ ଏକ ଦୃଢ଼ ମୂଳଦୂଆ ପକାଇଥିଲେ।

ତେବେ ଅଧିନାୟକ ବିରାଟ୍‌ କୋହଲି ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ଦାୟିତ୍ୱ ଚହଲଙ୍କୁ ଦେଇଥିଲେ। ୨୪ତମ ଓଭର୍‌ ବୋଲିଂ କରିବାକୁ ଆସିଥିବା ଚହଲ କ୍ୟାପ୍ଟେନ୍‌ଙ୍କୁ ନିରାଶ ନ କରି ପ୍ରଥମ ବଲ୍‌ରେ ହିଁ ୩୯ ରନ୍‌ କରିଥିବା ମାର୍ଶଙ୍କୁ ଆଉଟ୍‌ କରିଦେଇଥିଲେ।

ଚହଲଙ୍କ ବଲ୍‌ ମାର୍ଶ ବୁଝି ନ ପାରି ମିସ୍‌ କରିଯାଇଥିଲେ। ବଲ୍‌ଟି ସିଧା କିପିଂ କରୁଥିବା ଧୋନିଙ୍କ ହାତରେ ପହଞ୍ଚିଥିଲା। ଧୋନି ତୁରନ୍ତ ମାର୍ଶଙ୍କୁ ଷ୍ଟମ୍ପିଂ କରିଦେଇଥିଲେ। ଏହାପରେ ଓଭର୍‌ର ୪ର୍ଥ ବଲ୍‌ରେ ଚହଲ ଅନ୍ୟତମ ସେଟ୍‌ ବ୍ୟାଟସ୍‌ମ୍ୟାନ୍‌ ଉସମାନ ଖ୍ୱାଜା(୩୪)ଙ୍କୁ କଟ୍‌ ଆଣ୍ଡ ବୋଲ୍ଡ କରିଦେଇଥିଲେ।

ଶେଷ ଖବର ସୁଦ୍ଧା ଅଷ୍ଟ୍ରେଲିଆ ୨୮ ଓଭର୍‌ରେ ୪ ୱିକେଟ୍‌ ହରାଇ ୧୧୫ ରନ୍‌ କରିଛି।



from Odisha Reporter http://bit.ly/2QWeJug

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages