ରାଫେଲ ରାୟର ପୁର୍ନବିଚାର ଆବେଦନ କଲେ ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ରାଫେଲ ରାୟର ପୁର୍ନବିଚାର ଆବେଦନ କଲେ ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରାଫେଲ ଡିଲ୍‌କୁ ନେଇ ସୁପ୍ରିମ୍‌କୋର୍ଟ ଡିସେମ୍ବର ୧୪ ତାରିଖରେ ଦେଇଥିବା ରାୟର ପୁର୍ନବିଚାର ଆବେଦନ କରିଛନ୍ତି ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା, ଅରୁଣ ସୌରୀ ଏବଂ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ।

ଫ୍ରାନ୍ସରୁ ୩୬ଟି ରାଫେଲ କିଣାକୁ ନେଇ ପୂର୍ବରୁ ବିରୋଧୀମାନେ ବିଭିନ୍ନ ଅଭିଯୋଗ କରିଆସୁଥିଲେ ମଧ୍ୟ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଏସବୁରେ ଅନ୍ତ ଘଟିବ ବୋଲି ଆଶା କରାଯାଉଥିଲା।

ସେମାନେ ଏହି ଆବେଦନର ଶୁଣାଣି ମୁକ୍ତ କୋର୍ଟରେ ମୌଖିକ ଆକାରରେ ହେଉ ବୋଲି ଦର୍ଶାଇଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି ରାୟ ଦିଆଯିବା ପରେ ଅଧିକ ସତ ସାମ୍ନାକୁ ଆସିଛି। ସରକାରଙ୍କ ପକ୍ଷରୁ କିଛି ଭୁଲ ଦାବି କରାଯାଇଥିବା ମଧ୍ୟ ଏହି ଆବେଦନରେ ଦର୍ଶାଯାଇଛି।

ସରକାର କୌଣସି କଣ୍ଟ୍ରୋଲର ବା ଅଡିଟର ଜେନେରାଲଙ୍କ ରିପୋର୍ଟ ଏଥିରେ ଦେଇନଥିବା କଥା ମଧ୍ୟ ଆବେଦନକାରୀ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ ଏପ୍ରିଲ ୧୦ରେ ଏକ ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି। କିନ୍ତୁ ଏହା ପୂର୍ବରୁ ଡିଫେନ୍ସ ଆକ୍ୟୁଜିସନ୍‌ କାଉନ୍‌ସିଲ୍‌ର ଅନୁମୋଦନ ଆବଶ୍ୟକ ପଡ଼ିଥାଏ, ଯାହାକି ପ୍ରଥମ ପଦକ୍ଷେପ ହୋଇଥିଲେ ମଧ୍ୟ ପୂରଣ ହୋଇନାହିଁ।



from Odisha Reporter http://bit.ly/2F2sAxU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages