‘ଭାରତ ସିଡ୍‌ନୀ ଟେଷ୍ଟ୍ ଜିତିବାକୁ ଚାହୁଁଥିଲେ, ଏହି ଖେଳାଳିଙ୍କୁ ଟିମ୍‌ରେ ସାମିଲ କରୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

‘ଭାରତ ସିଡ୍‌ନୀ ଟେଷ୍ଟ୍ ଜିତିବାକୁ ଚାହୁଁଥିଲେ, ଏହି ଖେଳାଳିଙ୍କୁ ଟିମ୍‌ରେ ସାମିଲ କରୁ’

deanjones

ସିଡ୍‌ନୀ: ଆସନ୍ତାକାଲିଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନୀରେ ଚତୁର୍ଥ ଟେଷ୍ଟ୍ ମ୍ୟାଚ୍ ଖେଳାଯିବ। ଏହା ହେବ ଚଳିତ ସିରିଜ୍‌ର ଅନ୍ତିମ ମ୍ୟାଚ୍। ସିରିଜ୍‌ରେ ୨-୧ରେ ଆଗୁଆ ଥିବା ଭାରତୀୟ ଟିମ୍ ଏହି ମ୍ୟାଚ୍ ଜିତି ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି। କାରଣ ଭାରତ କେବେ ବି ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ୍ ସିରିଜ୍ ଜିତି ନାହିଁ।

ଆସନ୍ତାକାଲି ମ୍ୟାଚ୍ ପାଇଁ ଆଜି ଭାରତ ତାର ୧୩ ଜଣିଆ ଟିମ୍ ଘୋଷଣା କରିଛି। ଚୂଡ଼ାନ୍ତ ଏକାଦଶରୁ କିଏ କିଏ ବାଦ୍ ପଡ଼ିବେ, ତାହା ସ୍ପଷ୍ଟ ହୋଇନି। ତେବେ ଚୂଡ଼ାନ୍ତ ଏକାଦଶରେ ଭାରତ ଦୁଇ ଜଣ ସ୍ପିନରଙ୍କୁ ଖେଳାଇବା ଉଚିତ୍ ବୋଲି ମତପ୍ରକାଶ ପାଇଛି। କାରଣ ସିଡ୍‌ନୀ ପିଚ୍‌ ସ୍ପିନର୍‌ଙ୍କୁ ସହାୟକ ହେବ ବୋଲି କୁହାଯାଉଛି।

୧୩ ଜଣିଆ ଟିମ୍‌ରେ ସ୍ପିନର ଭାବେ ରବିଚନ୍ଦ୍ରନ ଅଶ୍ୱିନ୍‌, ରବୀନ୍ଦ୍ର ଜାଡେଜା ଓ କୁଲ୍‌ଦୀପ୍ ଯାଦବ ଅଛନ୍ତି। ଯେହେତୁ ରୋହିତ ଶର୍ମା ଟିମ୍‌ରେ ନାହାନ୍ତି, ଏ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଖେଳିବା ସମ୍ଭାବନା ରହିଛି। ତେବେ ଅଶ୍ୱିନ୍ ଖେଳିବେ ନା ନାହିଁ, ତାହା ଅସ୍ପଷ୍ଟ ରହିଛି। ଆସନ୍ତାକାଲି ସକାଳେ ମ୍ୟାଚ୍ ଆରମ୍ଭ ପୂର୍ବରୁ ଏନେଇ ସ୍ପଷ୍ଟ ହୋଇପାରିବ ବୋଲି ବିସିସିଆଇ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି। ସେ ନଖେଳିଲେ କୁଲ୍‌ଦୀପ୍ ଯାଦବ ଖେଳିବା ଆଶା ରହିଛି।

ଭିଭିଏସ୍‌ ଲକ୍ଷ୍ମଣ କହିଛନ୍ତି, ଭାରତ ରବିଚନ୍ଦ୍ରନ ଅଶ୍ୱିନ୍ ଓ ରବୀନ୍ଦ୍ର ଜାଡେଜାଙ୍କୁ ଖେଳାଇବା ଉଚିତ୍।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଡିନ୍ ଜୋନ୍ସ କହିଛନ୍ତି ଯେ ଭାରତ ଯଦି ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ୍ ସିରିଜ୍ ଜିତିବା ପାଇଁ ଚାହୁଁଛି, ତା’ହେଲେ ସିଡ୍‌ନୀ ଟେଷ୍ଟରେ କୁଲ୍‌ଦୀପ୍ ଯାଦବଙ୍କୁ ଖେଳାଉ।

ଜୋନ୍ସ କହିଛନ୍ତି, ସିଡ୍‌ନୀ ପିଚ୍ ଟିକେ ଶୁଷ୍କ ରହିବ ଓ ବଲ୍ ଟର୍ନ ହେବ। ଅଷ୍ଟ୍ରେଲିଆ ମିଚେଲ୍ ମାର୍ଶଙ୍କ ସ୍ଥାନରେ ମାର୍‌ନସ୍‌ ଲାବୁସାଏନ୍‌ଙ୍କୁ ଖେଳାଇବ। ତେଣୁ ପ୍ରଶ୍ନ ଉଠୁଛି ଭାରତ ତା’ ଲାଇନ୍‌-ଅପ୍‌କୁ ନେଇ ରିସ୍କ ନେଇ ପାରିବ କି? ମୁଁ ଚାହିଁବି ରବୀନ୍ଦ୍ର ଜାଡେଜା ଓ କୁଲ୍‌ଦୀପ ଯାଦବକୁ ଭାରତ ଖେଳାଉ।

kuldeepସେ ଆହୁରି କହିଛନ୍ତି, ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ମାନେ ଲେଫ୍ଟ ଆର୍ମ ଅର୍ଥୋଡକ୍ସକୁ ଭଲ ଖେଳିପାରନ୍ତି ନାହିଁ। ଜାଡେଜା ମେଲବର୍ଣ୍ଣରେ ବହୁତ ବଢ଼ିଆ ବୋଲିଂ କରିଥିଲେ। ସେହିଭଳି ସେମାନେ ଲେଗ୍-ସ୍ପିନ୍‌କୁ ବି ଭଲ ଭାବେ ଖେଳିପାରନ୍ତି ନାହିଁ। ତେଣୁ ଭାରତ କୁଲ୍‌ଦୀପ୍ ଯାଦବଙ୍କୁ ଖେଳାଇବା ଉଚିତ୍।”



from Odisha Reporter http://bit.ly/2EZPoxj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages