ୟୁପି ମହାମେଣ୍ଟରୁ ବାଦ୍‌ ପଡ଼ିବ କଂଗ୍ରେସ! ବୁଆ-ବବୁଆ ସ୍ଥିର କଲେ ଏମିତି ଫର୍ମୂଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ୟୁପି ମହାମେଣ୍ଟରୁ ବାଦ୍‌ ପଡ଼ିବ କଂଗ୍ରେସ! ବୁଆ-ବବୁଆ ସ୍ଥିର କଲେ ଏମିତି ଫର୍ମୂଲା

ନୂଆଦିଲ୍ଲୀ: ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ମୋଦି ସରକାରଙ୍କ ବିରୋଧରେ ମହାମେଣ୍ଟ କରିବାକୁ ଉଦ୍ୟମ କରୁଥିବା କଂଗ୍ରେସକୁ ଜୋରଦାର ଝଟ୍‌କା ଲାଗିବାର ଆଶଙ୍କା ପ୍ରକାଶ ପାଇଛି। କାରଣ ଉତ୍ତର ପ୍ରଦେଶ ମହାମେଣ୍ଟରୁ କଂଗ୍ରେସକୁ ବାଦ୍‌ ଦେବାକୁ ଏବେ ବିଭିନ୍ନ ଦଳ ଆଲୋଚନା ଆରମ୍ଭ କରିଛନ୍ତି।

ବିଶେଷ କରି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ କଂଗ୍ରେସକୁ ୟୁପି ମହାମେଣ୍ଟରୁ ବାଦ୍‌ ଦେବାକୁ ଚାହୁଁଛନ୍ତି। ଏନେଇ ସେ ଅନ୍ୟତମ ସହଯୋଗୀ ତଥା ବୁଆ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ସାକ୍ଷାତ ମଧ୍ୟ କରିଛନ୍ତି। ୟୁପିରେ ବୁଆ-ବବୁଆ ଯୋଡ଼ି ଭାବେ ପରିଚିତ ଉଭୟ ଅଖିଲେଶ ଓ ମାୟାବତୀ ଶୁକ୍ରବାର ଦିଲ୍ଲୀରେ ବୈଠକ କରିବା ସହ ସମ୍ଭାବ୍ୟ ମହାମେଣ୍ଟ ସମ୍ପର୍କରେ ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ଆଲୋଚନା କରିଥିଲେ।

ଉଭୟ କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିବା ସ୍ୱୀକାର କରିବା ସହ ଦଳକୁ ୟୁପି ମହାମେଣ୍ଟରୁ ବାଦ୍‌ ଦେବାକୁ ଚିନ୍ତା କରିଛନ୍ତି। ତେବେ ଏହି ମେଣ୍ଟରେ ଅନେକ ଛୋଟ ଛୋଟ ଆଞ୍ଚଳିକ ଦଳଗୁଡ଼ିକୁ ସାମିଲ କରାଯିବ।

ସେହିପରି ଜାନୁଆରୀ ୧୫ ପରେ ଶିଟ୍‌ ଶେୟାରିଂ ସମ୍ପର୍କରେ ଘୋଷଣା କରାଯିବ। କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ, ଅଖିଲେଶଙ୍କ ସପା ୩୫ ଓ ମାୟାବତୀଙ୍କ ବିଏସ୍‌ପି ୩୬ଟି ଆସନରେ ପ୍ରାର୍ଥୀ ଦେଇପାରନ୍ତି। ଅନ୍ୟପକ୍ଷରେ ଏହି ମହାମେଣ୍ଟରେ ସାମିଲ ହୋଇଥିବା ଅଜିତ ସିଂହଙ୍କ ରାଷ୍ଟ୍ରୀୟ ଲୋକ ଦଳକୁ ୟୁପି ଲୋକସଭା ଆସନର ୩ଟି ଶିଟ୍‌ ମିଳିବ।  ସେହିପରି ଅନ୍ୟ ୪ଟି ଆସନ ସଂରକ୍ଷଣ ରଖାଯିବ ବୋଲି ଜଣାପଡ଼ିଛି।

କଂଗ୍ରେସ ମହାମେଣ୍ଟରୁ ବାଦ୍‌ ପଡ଼ିବାର ଆଶଙ୍କା ଥିଲେ ମଧ୍ୟ ଅଖିଲେଶ କିମ୍ବା ମାୟାବତୀ ଉଭୟ ରାଏବରେଲୀ କିମ୍ବା ଆମେଥିରେ ପ୍ରାର୍ଥୀ ଦେବେ ନାହିଁ । ଏହି ଦୁଇ ଆସନ ଗାନ୍ଧି ପରିବାରର ଗଡ଼ ହୋଇଥିବାରୁ ଏଠାରେ କେବଳ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ ବୋଲି ଜଣାପଡ଼ିଛି।

ପୂର୍ବରୁ ଅଖିଲେଶ ଯାଦବ କଂଗ୍ରେସ ସହ ମହାମେଣ୍ଟ କରିବେ ବୋଲି କହିଥିଲେ। କିନ୍ତୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପରେ ତାଙ୍କର ଆଭିମୁଖ୍ୟ ବଦଳି ଯାଇଥିଲା। ମଧ୍ୟପ୍ରଦେଶରେ ସପାର ଜଣେ ପ୍ରାର୍ଥୀ ବିଜୟୀ ହୋଇଥିଲେ।

ସପା ସମର୍ଥନରେ କଂଗ୍ରେସ ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ପାଇଥିଲା। ହେଲେ ସପା ବିଧାୟକଙ୍କୁ କମଲନାଥ ସରକାରରେ ମନ୍ତ୍ରୀ ପଦ ନ ମିଳିବାରୁ ଅଖିଲେଶ କଂଗ୍ରେସ ଉପରେ ଖପ୍ପା ହୋଇଥିଲେ। ଏଥିସହ ସେ କଂଗ୍ରେସକୁ ବଡ଼ ଝଟ୍‌କା ଦେବେ ବୋଲି ମଧ୍ୟ ପରୋକ୍ଷରେ ସୂଚନା ଦେଇଥିଲେ।



from Odisha Reporter http://bit.ly/2Qlz5Nr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages