ବିଜୟରୁ ଅଭିଯାନ ଆରମ୍ଭ କଲା ଓଡ଼ିଶା ମହିଳା ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ବିଜୟରୁ ଅଭିଯାନ ଆରମ୍ଭ କଲା ଓଡ଼ିଶା ମହିଳା ଦଳ

tabletennis

କଟକ (ଓଡ଼ିଶା ରିପୋର୍ଟର): କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି ୮୦ତମ ଜାତୀୟ ଟେବୁଲ୍‌ ଟେନିସ୍ ପ୍ରତିଯୋଗିତା।

ଶୁକ୍ରବାର ଉଦଘାଟନୀ ଦିବସରେ ଓଡ଼ିଶା ମହିଳା ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି ଏହି ପ୍ରତିଯୋଗିତା। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୩-୧ରେ ମେଘାଳୟକୁ ପରାସ୍ତ କରିଥିଲା। ତେବେ ଦ୍ୱିତୀୟ ମ୍ୟାଚ୍‌ରେ ପିଏସପିବିଠାରୁ ୦-୩ରେ ହାରି ଯାଇଥିଲା।

ପୁରୁଷ ବିଭାଗରେ ପ୍ରଥମ ମ୍ୟାଚ୍‌ରେ ହରିୟାଣାଠାରୁ ୦-୩ ଓ ଦ୍ୱିତୀୟ ମ୍ୟାଚରେ ଚଣ୍ଡୀଗଡ଼ ଠାରୁ ୨-୩ରେ ଓଡ଼ିଶା ହାରି ଯାଇଥିଲା। ଅନ୍ୟପଟେ ପିଏସ୍‌ପିବି ଓ ହରିୟାଣା ପ୍ରଥମ ଦୁଇ ମ୍ୟାଚ୍ ଜିତି ପ୍ରି-କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛନ୍ତି।

କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଦୀର୍ଘ ୧୮ ବର୍ଷ ପରେ କଟକକୁ ପୁଣି ଫେରିଥିବା ଜାତୀୟ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତାରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୫୦ ଖେଳାଳି ଭାଗ ନେଇଛନ୍ତି।

ଓଡ଼ିଶା ଟେବୁଲ୍‌ ଟେନିସ୍‌ ଆସୋସିଏସନ୍ ଓ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏଥିରେ ଯେଉଁମାନେ ଉନ୍ନତ ପ୍ରଦର୍ଶନ ସହ ଭଲ ରେଟିଂ ରଖିବେ ସେମାନଙ୍କୁ ଆଗାମୀ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଓ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତ କରାଯିବ।



from Odisha Reporter http://bit.ly/2VvfQVe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages