ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ ପାଇଁ କୋର୍ଟ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ ପାଇଁ କୋର୍ଟ ନିର୍ଦ୍ଦେଶ

ମୁଜାଫରପୁର: ପ୍ରବାସୀ ଲୋକଙ୍କୁ ଆକ୍ରମଣ ପାଇଁ ପରୋକ୍ଷରେ ଉସକାଇବା ଗୁଜରାଟ୍‌ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଓ କଂଗ୍ରେସ ବିଧାୟକ ଅଳ୍ପେଶ ଠାକୁରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଦୁଇ ଜଣ ବିହାରରୁ ଆସି ଗୁଜରାଟ୍‌ରେ ରହୁଥିବା ପ୍ରବାସୀମାନଙ୍କୁ ଆକ୍ରମଣ ପାଇଁ ଲୋକଙ୍କୁ କହୁଥିବା ଅଭିଯୋଗ ହୋଇଛି। ଏଥିପାଇଁ କୋର୍ଟ ଉଭୟ ରୁପାନି ଓ ଠାକୁରଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିହାରର ମୁଜାଫରପୁର ସବ୍‌ ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟ(ପଶ୍ଚିମ) ସବା ଆଲାମ ସାମାଜିକ କର୍ମୀ ତମନ୍ନା ହାସମିଙ୍କ ଆବେଦନର ଶୁଣାଣି କରି ଏଭଳି ଏଫ୍‌ଆଇଆର୍‌ ରୁଜୁ କରିବାକୁ କହିଛନ୍ତି। ଦଙ୍ଗା ସୃଷ୍ଟି ଓ ଅପମାନିତ କରିବା ଭଳି ଶ୍ରୀ ରୁପାନି ଓ ଶ୍ରୀ ଠାକୁର ବୟାନ ଦେଇଥିବାରୁ କୋର୍ଟ କାନ୍ତି ପୁଲିସ୍‌ ଷ୍ଟେସନ୍‌ରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ କହିଛନ୍ତି।

ଗତବର୍ଷ ଗୁଜରାଟ୍‌ରେ ପ୍ରବାସୀମାନଙ୍କୁ ନେଇ ହିଂସା ସୃଷ୍ଟି ହୋଇଥିଲା। ଜଣେ ବିହାର ବ୍ୟକ୍ତି ଗୁଜରାଟରେ ଜଣେ ଝିଅଙ୍କୁ ଦୁଷ୍କର୍ମ କରିବା ସହ ହତ୍ୟା କରିଥିବା ଅଭିଯୋଗ ଆସିବା ପରେ ଏଭଳି ଘଟଣା ଘଟିଥିଲା। ତାଙ୍କୁ କଂଗ୍ରେସ ବିଧାୟକ ଶ୍ରୀ ଠାକୁରଙ୍କ ଲୋକମାନେ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା।



from Odisha Reporter http://bit.ly/2FFInCZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages