ଘାଟିରୁ ମିନିଟ୍ରକ୍ ଖସିବା ଘଟଣା: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ଘାଟିରୁ ମିନିଟ୍ରକ୍ ଖସିବା ଘଟଣା: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ଫୁଲବାଣୀ/ବାଲିଗୁଡ଼ା (ତ୍ରିନାଥ ସାହୁ/ଅଜିତ ନାୟକ): କନ୍ଧମାଳ ବ୍ରାହ୍ମଣୀ ଗାଁ ନିକଟ ବଙ୍ଗଡ଼ଦୁଆ ଘାଟିରୁ ମିନି ଟ୍ରକ୍ ୪୦ ଫୁଟ୍ ତଳକୁ ଖସି ପଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଆହତ ହୋଇଛନ୍ତି। ୨୫ରୁ ଅଧିକ ଗୁରୁତର ଆହତଙ୍କ ଚିକିତ୍ସା ଏମ୍‌କେସିଜି ମେଡିକାଲରେ ଚାଲିଛି।

ମୃତାହତଙ୍କ ମଧ୍ୟରେ ବୃଦ୍ଧ ଏବଂ ଶିଶୁଙ୍କ ସଂଖ୍ୟା ଅଧିକ ରହିଛି। ସୂଚନା ଅନୁସାରେ ସକାଳେ ମିନି ଟ୍ରକ୍‌ଟି ଦାରିଙ୍ଗବାଡ଼ିରୁ ବ୍ରାହ୍ମଣୀଗାଁକୁ ଯାଉଥିଲା। ଏକ ଚର୍ଚ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରାୟ ୫୦ଜଣ ଯାତ୍ରୀ ଏଥିରେ ଯାଉଥିଲେ। ତେବେ ବ୍ରାହ୍ମଣୀଗାଁର ମାତ୍ର ୧ କିଲୋମିଟର ପୂର୍ବରୁ ହଠାତ୍ ମିନିଟ୍ରକ୍‌ଟି ଭାରସାମ୍ୟ ହରାଇ ଘାଟିରୁ ୪୦ ଫୁଟ୍ ତଳକୁ ଖସି ପଡିଥିଲା। ଦୁର୍ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ସହ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇବାକୁ ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ଆଜିର ଦୁର୍ଘଟଣାକୁ ନେଇ ଓଲଟା ଲୋକଙ୍କ ଉପରେ ଦୋଷ ଲଦିଛନ୍ତି ପରିବହନ ମନ୍ତ୍ରୀ ନୃସିଂହ ସାହୁ। ସଚେତନତା ଅଭାବରୁ ଏଭଳି ଦୁର୍ଘଟଣା ହେଉଛି ବୋଲି କହି ନିଜ ମୁଣ୍ଡରୁ ଦୋଷ ଛଡ଼ାଇଛନ୍ତି ମନ୍ତ୍ରୀ। ଏହାସହ ଦୁର୍ଘଟଣା ସମ୍ପର୍କରେ ଆରଟିଓଙ୍କ ସହ ଆଲୋଚନା ହୋଇଛି ଓ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।



from Odisha Reporter http://bit.ly/2MpHPS7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages