କ୍ଷମା ମାଗିଲେ ହାର୍ଦ୍ଦିକ ପାଣ୍ଡ୍ୟା, କହିଥିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

କ୍ଷମା ମାଗିଲେ ହାର୍ଦ୍ଦିକ ପାଣ୍ଡ୍ୟା, କହିଥିଲେ ଏମିତି କଥା

ମୁମ୍ବାଇ: ଚର୍ଚ୍ଚିତ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା କଫି ୱିଥ୍‌ କରନ୍‌ରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପାଇଁ ସୋଶାଲ ମିଡିଆରେ କ୍ଷମା ମାଗିଛନ୍ତି। ନିଜର ଟ୍ୱିଟର ଆକାଉଣ୍ଟରେ ସେ ଲେଖିଛନ୍ତି, “ଶୋ’ର ଫର୍ମାଟ୍ ଦୃଷ୍ଟିରୁ ଟିକେ ଭାସିଯାଇଥିଲି। ଏହା କାହାକୁ ଅସମ୍ମାନ କରିବା ବା କାହାକୁ ମାନସିକ ସ୍ତରରେ ଆଘାତ ପହଞ୍ଚାଇବା ଉଦ୍ଦିଷ୍ଟ ନଥିଲା।”


କଫି ୱିଥ୍‌ କରନ୍‌ରେ ପାଣ୍ଡ୍ୟା କହିଥିବା ବିଭିନ୍ନ କଥା ମଧ୍ୟରୁ ଗୋଟିଏ ଥିଲା, ସେ ବିଭିନ୍ନ ମହିଳାଙ୍କ ସହିତ ସମୟ ବିତାଇଛନ୍ତି ଏବଂ ପ୍ରଥମ ଥର ‘ଭର୍ଜିନିଟି’ ହରାଇବା ଦିନ ସେ ବାପା ମା’ଙ୍କୁ ମଧ୍ୟ ଜଣାଇଥିଲେ ବୋଲି ଏହି ଶୋ’ରେ କହିଥିଲେ। ସେ ଖୋଲାଖୋଲି ଭାବରେ କହିଥିଲେ, ମୁଁ ବାପା ମା’ଙ୍କୁ ସେହିଦିନ ହିଁ ଜଣାଇଥିଲି, “ମୁଁ ଆଜି କରିକି ଆସିଲି।”

ଏହି ୨୫ ବର୍ଷୀୟ ଖେଳାଳି ଆହୁରି ମଧ୍ୟ କହିଥିଲେ, ମୁଁ ମହିଳାଙ୍କୁ ଦେଖେ ଏବଂ ତାଙ୍କ ଚାଲବୁଲ ଅନୁଶୀଳନ କରେ। ମା ଯେତେବେଳେ ପଚାରନ୍ତି ତୋର କୋଉଟା, ମୁଁ ଆଙ୍ଗୁଠି ଦେଖାଇ କହିଦିଏ ସେଇଟା ମୋର। ଏହାପରେ ମା’ ମୋ ପାଇଁ ଗର୍ବିତ ବୋଲି କୁହନ୍ତି।



from Odisha Reporter http://bit.ly/2Fhc4cB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages