
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ମହାନଦୀ ମୁହାଣର ନିପାଣିଆରେ ଡଙ୍ଗାବୁଡ଼ି ଘଟଣାର ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଓ ସେମାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରି ଗତକାଲି ଏକ କ୍ୟାଣ୍ଡେଲ୍ ରାଲି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତ ଅତିକ୍ରମ କରିଛି।
ହସିଣା ବଳଦେବଜୀଉ ଯୁବକ ସଂଘ ପକ୍ଷରୁ ଆୟୋଜିତ ଏହି ରାଲିରେ ଦୁଇ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ। ବହୁ ସଂଖ୍ୟାରେ ମହିଳା ବି ଏଥିରେ ଯୋଗ ଦେଇଥିଲେ। ଦଳମତ ନିର୍ବିଶେଷରେ ସମସ୍ତେ ଏହି ରାଲିରେ ଯୋଗ ଦେଇ ପୂରା ପଞ୍ଚାୟତ ପରିକ୍ରମା କରିଥିଲେ।
ମଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ହସିଣା ଗାଁର ୧୭ଟି ପରିବାରର ୫୫ ଜଣ ଲୋକ ଜାନୁଆରୀ ୨ ତାରିଖରେ ବଣଭୋଜି କରିବାକୁ ହୁକିଟୋଲା ଯାଇଥିଲେ। ସେଠାରୁ ଫେରିବା ବେଳେ ଡଙ୍ଗା ବୁଡ଼ି ଯିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୮ ଶିଶୁ ଓ ୨ ମହିଳା ଥିଲେ।
from Odisha Reporter http://bit.ly/2FeNwBL
No comments:
Post a Comment