ରବିବାର ଆଣ୍ଡାମାନ୍‌ ଅତିକ୍ରମ କରିବ ‘ପାବୁକ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ରବିବାର ଆଣ୍ଡାମାନ୍‌ ଅତିକ୍ରମ କରିବ ‘ପାବୁକ୍‌’

ନୂଆଦିଲ୍ଲୀ: ବର୍ତ୍ତମାନ ଥାଇଲାଣ୍ଡ ଦେଇ ପ୍ରବାହିତ ହେଉଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବର୍ତ୍ତମାନ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଗତି କରୁଛି। ଶନିବାର ସକାଳ ୮.୩୦ବେଳେ ଏହା ଆଣ୍ଡାମାନ୍‌ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଉପକୂଳ ଛୁଇଁଛି ଏବଂ ରବିବାର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଅତିକ୍ରମ କରିବ ବୋଲି ସୋଆ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଏହା ବର୍ତ୍ତମାନ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବାବେଳେ ବର୍ତ୍ତମାନ ଓଡ଼ିଶାର ଗୋପାଳପୁର ଉପକୂଳଠାରୁ ୧୮୦୦ କିଲୋମିଟର ଦୂରରେ ଅଛି। ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ଅଛି ବୋଲି ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି।

‘ପାବୁକ’ ଝଡ଼ ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ଏବଂ ଅତି ବେଶୀରେ ୯୦ କିଲୋମିଟର ରହିବ। ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ପରେ ଏହା ଉତ୍ତର-ପୂର୍ବ ଆଡ଼କୁ ମୁହାଁଇ ମ୍ୟାଁମାର ଉପକୂଳ ଆଡ଼କୁ ଗତି କରିବ ଏବଂ ସେଠାରେ ହିଁ ଦୁର୍ବଳ ହୋଇଯିବ ବୋଲି ଡ.ସାହୁ କହିଛନ୍ତି।

ଏହା ପୂର୍ବ ଆଡ଼କୁ ଗତି କରୁଥିବାରୁ ୫ ଓ ୭ ତାରିଖରେ ଓଡ଼ିଶାର ଉତ୍ତରରେ ଥିବା ଜିଲ୍ଲାଗୁଡ଼ିକରେ ଅଳ୍ପ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାରେ ‘ପାବୁକ୍‌’ର ପ୍ରଭାବ ଏତେଟା ରହିବନି। ତେବେ ଆଗାମୀ ୩ରୁ ୪ ଦିନ ଯାଏ ରାଜ୍ୟରେ ତାପମାତ୍ରା କମ୍‌ ରହିବ ବୋଲି ମଧ୍ୟ ସେ ପୂର୍ବାନୁମାନ କରିଛନ୍ତି।



from Odisha Reporter http://bit.ly/2VyF6Ky

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages