ଜନ୍ମ ଦିନରେ ଦୀପିକାଙ୍କ ବିଷୟରେ କିଛି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ଜନ୍ମ ଦିନରେ ଦୀପିକାଙ୍କ ବିଷୟରେ କିଛି…

ମୁମ୍ବାଇ: ବଲିଉଡ୍‌ର ମସ୍ତାନୀ କୁହନ୍ତୁ କି ପିକୁ ସବୁ ଚରିତ୍ରରେ ନିଜ ଦକ୍ଷତା ପ୍ରତିପାଦିତ କରି ଆଜି ବଲିଉଡ୍‌ର ଟପ୍‌ ଅଭିନେତ୍ରୀମାନଙ୍କ ମଧ୍ୟରେ ନିଜକୁ ସାମିଲ୍‌ କରିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍‌। ହିନ୍ଦୀ ସିନେମା ଜଗତରେ ନିଜର ଜବରଦସ୍ତ ଅଭିନୟ ବଳରେ ସେ ୩ଟି ଫିଲ୍ମ ଫେଆର୍‌ ପୁରସ୍କାର ଜିତିଛନ୍ତି।  ଆଜି ଯଦି ଦେଶର ୧୦ ଟପ୍‌ ଅଭିନେତ୍ରୀଙ୍କ ନାଁ କୁହାଯାଏ ତାଙ୍କ ମଧ୍ୟରେ ଦୀପିକା ପାଦୁକୋନ୍‌ଙ୍କ ନାଁ ବି ଆସେ ।

ଅଧିକ ଆୟ କରୁଥିବା ମହିଳା ହୁଅନ୍ତୁ କି ଶକ୍ତିଶାଳୀ ମହିଳା, ସବୁ ତାଲିକାରେ ସେ ନିଜକୁ ସାମିଲ୍‌ କରିଛନ୍ତି। ତେବେ ଆଜି ବଲିଉଡ୍ ଡିଭା ଦୀପିକା ପାଦୁକୋନ୍‌ଙ୍କ ଜନ୍ମ ଦିନ। ଆଜି ସେ ୩୩ ବର୍ଷ ବୟସର ପାଦ ଥାପିଛନ୍ତି। ତେବେ ତାଙ୍କ  ଜନ୍ମ ଦିନରେ ଚାଲନ୍ତୁ ତାଙ୍କ ଅତୀତର କିଛି ପୃଷ୍ଠା ଉପରେ ନଜର ପକାଇବା।

ଦୀପିକା ପାଦୁକୋନ୍‌ ଜାନୁଆରୀ ୫, ୧୯୮୬ ମସିହାରେ ଜନ୍ମ ହୋଇଥିଲା। ତାଙ୍କ ବାପା ପ୍ରକାଶ ପାଦୁକୋନ୍‌ ଜଣେ ବ୍ୟାଡ୍‌ମିଣ୍ଟନ୍‌ ପ୍ଲେୟାର୍‌। ତାଙ୍କ ମା’ଙ୍କ ନାଁ ଉଜାଲା ପାଦୁକୋନ୍‌ ଓ ଭଉଣୀ ଅନିଶା।

ଡେନ୍‌ ମାର୍କ୍‌ରେ ଜନ୍ମ ହୋଇଥିବା ଦୀପିକା ବାଙ୍ଗାଲୁର୍‌ରେ ବଢିଛନ୍ତି। ଟିନ୍‌ ଏଜ୍‌ରେ ଦୀପିକା ବ୍ୟାଡ୍‌ମିଣ୍ଟନ୍‌ରେ ଜାତୀୟସ୍ତରୀୟ ଚାମ୍ପିୟନ୍‌ସିପ୍‌ ହାସଲ୍‌ କରିଛନ୍ତି। କିନ୍ତୁ ପରେ ସେ ସ୍ପୋର୍ଟ୍ସ ଉପରୁ ଧ୍ୟାନ ହଟାଇ ମଡେଲିଂରେ କ୍ୟାରିଅର୍‌ କରିବାକୁ ଧ୍ୟାନ ଦେଇଥିଲେ।

ମଡଲିଂ କରିବା ସମୟରେ ସେ ଅନେକ  ଆଡ୍‌ରେ ବି କାମ କରିଛନ୍ତି। ଲିରିଲ୍‌, ଡାବର ଓ କ୍ଲୋଜ ଅପ୍‌ ଭଳି ବ୍ରାଣ୍ଡ୍‌ ପାଇଁ ବିଜ୍ଞାପନ କରିଛନ୍ତି। ତାପରେ ସେ ହିମେଶ୍‌ ରେସମିଆଁଙ୍କ ସହ ଆଲ୍‌ବମ୍‌ ‘ନାମ୍‌ ହୈ ତେରା’ରେ କାମ କରିଥିଲେ। ଏହି ଭିଡିଓ ଜରିଆରେ ଦୀପିକା  ଦର୍ଶକଙ୍କ ସାମ୍ନାକୁ ଆସିଥିଲେ। ୨୦୦୬ରେ ସେ ‘ଐଶ୍ୱର୍ଯ୍ୟା’ ନାମକ କନ୍ନଡ ଫିଲ୍ମରେ ସେ କାମ କରିଥିଲେ।

ଏହାପରେ ତାଙ୍କୁ ୨୦୦୭ରେ ପ୍ରଥମ ବଲିଉଡ୍‌ ଫିଲ୍ମରେ ବ୍ରେକ୍‌ ‘ଓମ୍‌ ଶାନ୍ତି ଓମ୍‌ର’ ଫିଲ୍ମ ଜରିଆରେ ମିଳିଥିଲା। ଏହି ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ୍‌ ଫିମେଲ୍‌ ଡେବ୍ୟୁ ଫିଲ୍ମ ଫେଆର୍‌ ଆୱାର୍ଡ୍‌ ମିଳିଥିଲା। ୨୦୦୮ରେ ସେ ରଣବୀର କପୁରଙ୍କ ସହ ‘ବଚ୍‌ନା ଏ ହସିନା’ରେ କାମ ଦର୍ଶକଙ୍କ ହୃଦୟ ଜିତିଥିଲେ। ସେ ସମୟରୁ ଆରମ୍ଭ ହୋଇଥିଲା ଦୀପିକା ଓ ରଣବୀର କପୁର୍‌ଙ୍କ ଅଫେଆର୍‌କୁ ନେଇ ଚର୍ଚ୍ଚା । ଆଉ ଦୀପିକା ଏକଥା ମାନିବି ନେଇଥିଲେ।

୨୦୦୯ସେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ସହ ‘ଲଭ୍‌ ଆଜ୍‌କଲ୍‌ରେ କାମ କରିଛନ୍ତି। ୨୦୧୦ରେ ତାଙ୍କ ଫିଲ୍ମ ‘ଲଫଙ୍ଗେ ପରିନ୍ଦେ’ଓ ଅକ୍ଷୟ କୁମାର୍‌ଙ୍କ ସହ ‘ହାଉସ୍‌ଫୁଲ୍‌’ରେ ମଧ୍ୟ ନଜର ଆସିଥିଲା।

ଏମିତି ଗୋଟିଏ ସମୟ ଥିଲା ଦୀପିକା ଖୁବ୍ ଡିପ୍ରେସନ୍‌କୁ ଚାଲିଯାଇଥିଲେ। ସେଥିପାଇଁ ଦୀପିକାଙ୍କ କ୍ୟାରିଅର୍‌ ଉପରେ ଖୁବ୍‌ ପ୍ରଭାବ ପକାଇଥିଲା। କିନ୍ତୁ ସେ ହାର୍‌ ମାନି ନ ଥିଲେ । ଡିପ୍ରେସନ୍‌ରୁ ବାହାରି ୨୦୧୨ରେ ସେ ‘କକ୍‌ଟେଲ୍‌’ ଫିଲ୍ମରେ କାମ କରିଥିଲେ। ତାପରେ ଦୀପିକା ପୁଣି ରଣବୀର କପୁରଙ୍କ ସହ ‘ୟେ ଜୱାନୀ ହୈ ଦିୱାନୀ’ରେ ଅଭିନୟ କରିଥିଲେ। ଏହି ଫିଲ୍ମ ତାଙ୍କ କ୍ୟାରିଅର୍‌କୁ ଆହୁରି ମଜ୍‌ଭୁଦ୍‌ କରି ଦେଇଥିଲା। କିନ୍ତୁ ଦୁଇ ଦିୱାନୀ ଦୀପିକା ଓ ରଣବୀର କପୁରଙ୍କ ସହ ବ୍ରେକ୍‌ଅପ୍ ହୋଇଯାଇଥିଲା।

ତାପରେ ତାଙ୍କୁ ସଞ୍ଜୟଲୀଲା ଭଂଶାଲୀଙ୍କ ଫିଲ୍ମ  ‘ଗୋଲିୟୋଁ କି ରାସଲୀଲା-ରାମଲୀଲା’ରେ କାମ କରିବାକୁ ସୁଯୋଗ ମିଳିଥିଲା। ଏହି ଫିଲ୍ମ ଜରିଆରେ ଦୀପିକାଙ୍କୁ ତାଙ୍କ ଜୀବନ ସାଥୀ ମିଳିଯାଇଥିଲା।  ଫିଲ୍ମ ସମୟର ରଣବୀର ସିଂହଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।

ଧିରେ ଧିରେ ଦୀପିକା ଓ ରଣବୀରଙ୍କ ସମ୍ପର୍କ ମଜଭୁଦ୍ ବି ହୋଇଯାଇଥିଲା। ଆଉ ଦୁହିଁଙ୍କ ସମ୍ପର୍କ ବିବାହର ରୂପ ନେଇଥିଲା। ନଭେମ୍ବର ୧୪ -୧୫ ୨୦୧୮ ରେ ଦୁହେଁ ବିବାହ କରିଥିଲେ।

ଦୀପିକା ପିକୁ, ବାଜିରାଓ ମସ୍ତାନୀ, ପଦ୍ମାୱତ୍‌ ଭଳି ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି।



from Odisha Reporter http://bit.ly/2Az1A4W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages