ଡାଇରିଆରୁ ମୁକ୍ତି ପାଇଁ କରନ୍ତୁ ଏହି ସବୁ ଘରୋଇ ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ଡାଇରିଆରୁ ମୁକ୍ତି ପାଇଁ କରନ୍ତୁ ଏହି ସବୁ ଘରୋଇ ଉପଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଶରୀରର ପାଚନ ତନ୍ତ୍ରରେ ଯଦି କିଛି ସମସ୍ୟା ସୃଷ୍ଟି ହୁଏ, ତେବେ ଡାଇରିଆ ପରି ରୋଗ ହୋଇଥାଏ। ଏହା ସାଧାରଣତଃ ସେତେବେଳେ ହୁଏ, ଯେତେବଳେ ଆମେ ଲଗାତର  ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ବା ବାହାରର ପାଷ୍ଟ ଫୁଡ୍ ଖାଇଥାଉ। କେବଳ ଏତିକି ନୁହେଁ, ଏହା ଅତ୍ୟଧିକ ଥଣ୍ଡା ବା ପେଟ ଗରମ ହେଲେ ମଧ୍ୟ ଶରୀର ଡାଇରିଆରେ ଆକ୍ରାନ୍ତ ହୁଏ। ଡାଇରିଆ ଆକ୍ରାନ୍ତ ହେଲେ ଶରୀରରେ ପାଣିର ଅଭାବ ଦେଖାଦିଏ ଓ ଶରୀର ଦୁର୍ବଳ ହୋଇଯାଏ। ତେବେ ଚାଲନ୍ତୁ ଆଜି ଆମେ ଏହାର ଘରୋଇ ଉପଚାରଗୁଡ଼ିକ ସମ୍ପର୍କରେ ଜାଣିବା।

୧. ଡାଇରିଆ ଆକ୍ରାନ୍ତ ବ୍ୟକ୍ତି ଏକ ଗ୍ଲାସ ପାଣିରେ ଫାଳେ ଲେମ୍ବୁ, ଅଲ୍ପ ଲୁଣ ଓ ଏକ ଚାମଚ ଚିନି ମିଶାଇ ପ୍ରତି ୧ ଘଣ୍ଟାରେ ପିଅନ୍ତୁ। ଏହାଦ୍ୱାରା ଶରୀରକୁ ଜଳୀୟ ଅଂଶ ମିଳିବ।

୨. ଏକ ଚାମଚ ଅଦା ରସ ସହ ଏକ ଚାମଚ ଲେମ୍ବୁ ରସ ମିଶାଇ ପିଇଲେ ଡାଇରିଆରୁ ମୁକ୍ତି ମିଳେ। ଆପଣ ପାଟିରେ ଆଦା ଜାକିଲେ ବା ଅଦା ଚା’ ପିଇଲେ ମଧ୍ୟ ଲାଭ ମିଳିବ।

୩. ପେଟ ଖରାପ ଥିବା ସମୟରେ ସାଗୁ, ଚୁଡ଼ା କଦଳୀ, ଖେଚୁଡ଼ି ଓ ବିନା ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ୍।

୪. କଞ୍ଚା କ୍ଷୀରରେ ଫାଳେ ଲେମ୍ବୁର ରସ ଚିପୁଡ଼ିଲେ କ୍ଷୀର ଛିଡ଼ିଯାଏ। ଏହାକୁ ପିଇଲେ ତୁରନ୍ତ ଆରାମ ଲାଗେ ଓ ଡାଇରିଆରୁ ମୁକ୍ତି ମିଳେ।

୫. ଏକ ଗ୍ଲାସ ପାଣିରେ ଜୁଆଣି ବତୁରାଇ ପରଦିନ ସକାଳୁ ଖାଲି ପେଟରେ ପିଇଲେ ଡାଇରିଆ ରୋଗରୁ ମୁକ୍ତି ମିଳେ।

୬. ଭୃଶଙ୍ଗ ପତ୍ରରେ ଥିବା କାର୍ଗୋଜଲ୍‌ ଓ ଆଣ୍ଟିବ୍ୟାକ୍ଟରିଆଲ୍‌ସ୍‌ ପତଳା ଝାଡ଼ା ଏବଂ ପେଟର ବିଭିନ୍ନ ସମସ୍ୟା ଦୂର କରେ। ଏହି ପତ୍ରକୁ ବାଟି ଦହି ପାଣିରେ ମିଶାଇ ଦିନକୁ ଦୁଇରୁ ତିନି ଥର ପିଅନ୍ତୁ, ଡାଇରିଆରୁ  ଅବଶ୍ୟ ଉପଶମ ପାଇବେ।

୭. ଦହିରେ ଭଜା ଜିରା ଗୁଣ୍ଡ ମିଶାଇ ଖାଇଲେ, ଡାଇରିଆ ଭଲ ହୋଇଯାଏ।

୮. ଆତ ଖାଇବା ଦ୍ୱାରା ମଧ୍ୟ ଡାଇରିଆ ସମସ୍ୟା ଦୂର ହୁଏ। ଏହା ବ୍ୟତୀତ ଆତରେ ଥିବା କପର୍‌ ଓ ଫାଇବର୍‌ ହଜମ ପ୍ରକ୍ରିୟା ପାଇଁ ଖୁବ୍‌ ଉପକାରୀ।

୯. ଥଣ୍ଡାପାନୀୟ ବଦଳରେ ଦହିରେ ଗୋଲମରିଚ ମିଶାଇ ନିୟମିତ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ ପାଚନ କ୍ରିୟା ଠିକ୍‌ ରହିବ।

୧୦. ଡାଇରିଆ ପାଇଁ ପିଜୁଳି ପତ୍ର ଭାରି ଉପକାରୀ। ଯଦି ଆପଣ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି, ତେବେ ୩୦ ଗ୍ରାମର ପିଜୁଳି ପତ୍ର ଗରମ କରି ଦିନକୁ ୨ ଥର ଏହାର ପାଣି ପିଇଲେ ଆରୋଗ୍ୟ ମିଳେ।ପିଜୁଳି ପତ୍ରର ରସ ପିଇଲେ ପତଳା ଝାଡ଼ା ମଧ୍ୟ ଦୂର ହୋଇଥାଏ।



from Odisha Reporter http://bit.ly/2Fi8Hlt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages