ଅଯୋଧ୍ୟା ମାମଲା ପାଇଁ ଗଠନ ହେଲା ଖଣ୍ଡପୀଠ, ୧୦ରୁ ଶୁଣାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ଅଯୋଧ୍ୟା ମାମଲା ପାଇଁ ଗଠନ ହେଲା ଖଣ୍ଡପୀଠ, ୧୦ରୁ ଶୁଣାଣି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ପାଇଁ ଆଜି ସୁପ୍ରିମକୋର୍ଟ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିଛନ୍ତି। ଏହି ଖଣ୍ଡପୀଠର ନେତୃତ୍ୱ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ନେବେ।

ଜଷ୍ଟିସ୍‌ ଗୋଗୋଇଙ୍କ ବ୍ୟତୀତ ଏହି ଖଣ୍ଡପୀଠରେ ଜଷ୍ଟିସ ଏସ୍‌ଏ ବୋବଡେ, ଜଷ୍ଟିସ୍‌ ଏନ୍‌ଭି ରମଣ, ଜଷ୍ଟିସ୍‌ ଉଦୟ ଉମେଶ ଲଳିତ ଓ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ରହିବେ। ଏହି ସାମ୍ବିଧାନିକ ଖଣ୍ଡପୀଠ ୧୦ ତାରିଖରେ ଅଯୋଧ୍ୟା ମାମଲାର ଶୁଣାଣି କରିବେ। ଏହି ମାମଲାର ନିୟମିତ ଶୁଣାଣି ହେବ କିମ୍ବା ଅନ୍ୟ କ’ଣ ବିକଳ୍ପ ରହିବ, ସେ ସମ୍ପର୍କରେ ଶୁଣାଣି ଦିନ ଖଣ୍ଡପୀଠ ନିଷ୍ପତ୍ତି ନେବେ।



from Odisha Reporter http://bit.ly/2LZAqZq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages