ପତାକା ଉତ୍ତୋଳନ ବେଳେ ତଳେ ପଡ଼ିଗଲା ତ୍ରିରଙ୍ଗା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ପତାକା ଉତ୍ତୋଳନ ବେଳେ ତଳେ ପଡ଼ିଗଲା ତ୍ରିରଙ୍ଗା

nationalflag

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଆଜି ଦେଶ ପାଳନ କରିଛି ୭୦ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା। ଏଥିରେ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତେବେ ଏଠାରେ ପତାକା ଉତ୍ତୋଳନ ସମୟରେ ଏକ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଥିଲା। ମନ୍ତ୍ରୀ ପତାକା ଉତ୍ତୋଳନ କରୁଥିବା ବେଳେ ‘ତ୍ରିରଙ୍ଗା’ଟି ଛିଣ୍ଡି ତଳେ ପଡ଼ି ଯାଇଥିଲା। ଏହି ସମୟରେ ସେଠାରେ ଜିଲ୍ଲାପାଳ ଓ ଏସ୍‌ପି ଉପସ୍ଥିତ ଥିଲେ।

ଏ ଘଟଣାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ବି ହେଲାଣି। ଏଥିରେ ଦେଖିବାକୁ ମିଳୁଛି ଯେ ମନ୍ତ୍ରୀ ଦଉଡ଼ିକୁ ଟାଣିବା ସତ୍ତ୍ୱେ ପତାକା ଫିଟୁ ନାହିଁ। ତାଙ୍କ ସହିତ ଉପସ୍ଥିତ ଜଣେ ପୁଲିସ୍ କର୍ମଚାରୀ ଦଉଡ଼ିକୁ ଜୋରରେ ଟାଣିବାକୁ ପତାକା ସିଧା ଆସି ତଳେ ପଡ଼ିଥିଲା।

ଏହାକୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେମାନଙ୍କ କହିବା ମୁତାବକ ଏସବୁ କଥାରେ ଯଥେଷ୍ଟ ଯତ୍ନବାନ ହେବା ଉଚିତ୍। ଏପରିକି ଏନେଇ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯିବା ଉଚିତ୍।



from Odisha Reporter http://bit.ly/2HAswav

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages