
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ସାମଗ୍ରୀ ଓ ସେବାକର(ସିଜିଏସଟି) ଏବଂ କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କ( ଭୁବନେଶ୍ୱର ମଣ୍ଡଳ)ର ମୁଖ୍ୟ ଆୟୁକ୍ତ ଭାବେ ନରେଶ ପେନୁମାକା ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୮୭ ବ୍ୟାଚର ଏହି ଭାରତୀୟ ରାଜସ୍ୱ ସେବା ଅଧିକାରୀ ଏହା ପୂର୍ବରୁ ହାଇଦ୍ରାବାଦ ଜୋନ୍ର ପ୍ରଧାନ ଆୟୁକ୍ତ ପଦରେ ନିୟୋଜିତ ଥଲେ। ୟୁନିଭର୍ସିଟି ଅଫ୍ ମାଡ୍ରାସ୍ରୁ ବାଣିଜ୍ୟକର ବିଭାଗରେ ସ୍ନାତକୋତ୍ତର ଏବଂ ଆଇନ ଶିକ୍ଷାଲାଭ କରିଥିବା ଏହି ଅଧିକାରୀଙ୍କର ଟିକସ କ୍ଷେତ୍ରରେ ଦୀର୍ଘ ୩ ଦସନ୍ଧିର ଅଭିଜ୍ଞତା ରହିଛି।
ଜାନୁୟାରୀ ୨୫ରୁ ପେନୁମାକା ଦାୟିତ୍ୱ ଗ୍ରହଣ କରି କହିଛନ୍ତି ଭୁବନେଶ୍ୱର ଜୋନ୍ରେ ଟିକସ ଫାଙ୍କିକୁ ରୋକିବା ସହିତ ବ୍ୟବସାୟୀମାନେ କିଭଳି ଜିଏସ୍ଟିର ଲାଭ ପାଇବେ ତାହାକୁ ପ୍ରାଥମିକତା ପ୍ରଦାନ କରାଯିବ।
ସୂଚନା ଅନୁସାରେ ଭୁବନେଶ୍ୱର ଜୋନ୍ରେ ୨୦୧୮ ଶେଷସୁଦ୍ଧା ଜିଏସ୍ଟିରୁ ୪୮୧୨ କୋଟି, ସୀମା ଶୁଳ୍କରୁ ୩୯୦୧ କୋଟି ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କରୁ ମୋଟ୍ ୧୨୮୦୭ କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି।
from Odisha Reporter http://bit.ly/2FQf7tm
No comments:
Post a Comment