
ନୂଆଦିଲ୍ଲୀ: ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଆସିଥିବା ଦୁର୍ନୀତିର ତଦନ୍ତ କରି ରିପୋର୍ଟ ଦେଇଥିବା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଏକେ ପଟ୍ଟନାୟକ ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ଦେଇଛନ୍ତି।
ସେ କହିଛନ୍ତି, ଶ୍ରୀ ବର୍ମାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗରେ କୌଣସି ସତ୍ୟତା ନଥିଲା। ଏହାସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇପାୱାର ସିଲେକ୍ସନ୍ କମିଟି ଶ୍ରୀ ବର୍ମାଙ୍କୁ ସିବିଆଇ ମୁଖ୍ୟ ପଦରୁ ବିଦା କରିବା ନିଶ୍ଚିତ ଦୁର୍ଭାଗ୍ୟର ବିଷୟ। ସେହିପରି ସିଭିସି ଯେଉଁ ତଥ୍ୟ ଦେଇଛି, ତାହା ତାଙ୍କ ରିପୋର୍ଟରେ ନଥିଲା। ଶ୍ରୀ ବର୍ମା ବିରୋଧରେ ଚାଲିଥିବା ତଦନ୍ତ କେବଳ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ଅଭିଯୋଗ ଆଧାରରେ କରାଯାଉଥିବା ଜଷ୍ଟିସ୍ ପଟ୍ଟନାୟକ କହିଛନ୍ତି।
ଶ୍ରୀ ବର୍ମାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରେ କେନ୍ଦ୍ର ସରକାର ତାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଥିଲେ। ଦୀର୍ଘ ୭୭ ଦିନ ଛୁଟିରେ ରହିବା ପରେ ଶ୍ରୀ ବର୍ମା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ବୁଧବାର କାର୍ଯ୍ୟଭାର ସମ୍ଭାଳିଥିଲେ। କିନ୍ତୁ ଏହାର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତିଙ୍କ ପ୍ରତିନିଧିଙ୍କୁ ନେଇ ଗଠିତ କମିଟି ତାଙ୍କୁ ସିବିଆଇ ମୁଖ୍ୟ ପଦରୁ ବିଦା କରି ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଥିଲେ।
ହେଲେ ସେ ଗତକାଲି ଚାକିରିରୁ ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ସତ୍ୟତା ଥିବା ହୃଦୟଙ୍ଗମ କରି ହାଇପାୱାର ସିଲେକ୍ସନ୍ କମିଟି ଏଭଳି ନିଷ୍ପତ୍ତି ନେଇଥିବା କହିଥିଲେ। ହେଲେ ଜଷ୍ଟିସ୍ ଏକେ ପଟ୍ଟନାୟକଙ୍କ ଏଭଳି ମନ୍ତବ୍ୟ ପୂରା ମାମଲାକୁ ଭିନ୍ନ ମୋଡ଼ ଦେଇଛି।
ଜଷ୍ଟିସ ପଟ୍ଟନାୟକଙ୍କ ଏଭଳି ମନ୍ତବ୍ୟ ପରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଘେରିବା ସହ ପୁଣିଥରେ ହାଇପାୱାର ସିଲେକ୍ସନ କମିଟି ବସିବା ଦରକାର ବୋଲି ଦାବି କରିଛି।
from Odisha Reporter http://bit.ly/2M5s0jq
No comments:
Post a Comment