
ନୂଆଦିଲ୍ଲୀ: ଜାତୀୟ ନ୍ୟୁଜ ଏଜେନ୍ସି ଏଏନ୍ଆଇକୁ ସାକ୍ଷାତକାର ଦେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମଥର ପାଇଁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଇସ୍ତଫା ସମ୍ପର୍କରେ ମୁହଁ ଖୋଲିଛନ୍ତି। ସରକାରଙ୍କ ସହ ବିବାଦ କାରଣରୁ ଉର୍ଜିତ ପଟେଲ ଇସ୍ତଫା ଦେଇଥିବା କୁହାଯାଉଥିଲେ ହେଁ ମୋଦି ଏହାକୁ ସିଧାସଳଖ ଖଣ୍ଡନ କରିଛନ୍ତି।
ସେ କହିଛନ୍ତି, “ ମୁଁ ପ୍ରଥମଥର ପାଇଁ ଏହା ପଛର କାରଣ କହିବାକୁ ଯାଉଛି। ତାଙ୍କ ଉପରେ କୌଣସି ରାଜନୀତିକ ଚାପ ନଥିଲା। ସେ(ଉର୍ଜିତ ପଟେଲ) ନିଜେ ବ୍ୟକ୍ତିଗତ ଭାବେ ମୋତେ ଚିଠି ଲେଖି ଇସ୍ତଫା ଦେବା କଥା କହିଥିଲେ।
ଏଭଳି ପଦକ୍ଷେପ ଗ୍ରହଣ କରିବାର ୬/୭ ମାସ ପୂର୍ବରୁ ସେ ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେବା କଥା ମୋତେ କହିଥିଲେ। ଏପରି କି ଲିଖିତ ଭାବେ ଇସ୍ତଫା କଥା ଜଣାଇଥିଲେ। ତେଣୁ ତାଙ୍କ ଉପରେ ରାଜନୀତିକ ଚାପ ଥିଲା ବୋଲି କହିବା ଭୁଲ। ଏଭଳି ପ୍ରଶ୍ନ ଆଦୌ ଉଠୁନାହିଁ।”
from Odisha Reporter http://bit.ly/2F1foYZ
No comments:
Post a Comment