
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆସିଛି ନୂଆ ବର୍ଷ। କେତେ ଆଶା, ବିଶ୍ୱାସ ଓ ସ୍ୱପ୍ନ ନେଇ ଆସିଛି ନୂଆ ବର୍ଷ। ଏହି ନବ ବର୍ଷରେ କିଛି ଲୋକ ବିବାହ ଲାଗି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥାନ୍ତି। ବିବାହକୁ ନେଇ ଲୋକଙ୍କ ମନରେ କେତେ କ’ଣ ସ୍ୱପ୍ନ ଥାଏ। ନିଜ ବିବାହ ଉତ୍ସବକୁ ସ୍ମରଣୀୟ କରିବା ପାଇଁ କେତେ କ’ଣ ପ୍ରସ୍ତୁତି କରାଯାଏ। ବିବାହ ଉତ୍ସବର ସ୍ଥାନଠାରୁ ଆରମ୍ଭ କରି ଖାଦ୍ୟପେୟ ଓ ଅତିଥି ଚର୍ଚ୍ଚା ପର୍ଯ୍ୟନ୍ତ କେମିତି ଭଲ ହୋଇପାରିବ ସେ ବିଷୟ ଉପରେ ଧ୍ୟାନ ଦିଆଯାଇଥାଏ। ତେବେ ବିବାହ କରିବାକୁ ଯାଉଥିବା ବ୍ୟକ୍ତି ସେମାନଙ୍କ ପାର୍ଟନରଙ୍କୁ କିଛି ପ୍ରଶ୍ନ ପଚାରି ଦେବା ଉଚିତ୍। ଏହା ଦ୍ୱାରା ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ଏକ ଉତ୍ତମ ବୁଝମଣା ହୋଇପାରିବ।
୧-ପ୍ରଥମ କଥା ହେଉଛି ଆର୍ଥିକ ପ୍ରସଙ୍ଗ। ବିବାହ ପୂର୍ବରୁ କିଛି ଲୋକ ନିଜ ପାର୍ଟନରଙ୍କୁ ପ୍ରଶ୍ନ ପଚାରିବାକୁ ଚାହାନ୍ତି। କିନ୍ତୁ ଇଚ୍ଛା ଥାଇ ବି ପଶ୍ନ କରିପାରନ୍ତିନି। କାରଣ କେତେକଙ୍କୁ ଆର୍ଥିକ ସମ୍ପର୍କିତ ପ୍ରଶ୍ନ କରିବାକୁ ଟିକେ ଭୟ ଲାଗିଥାଏ। ତଥାପି ଏମିତି ପ୍ରଶ୍ନ ପଚାରି ଦେବା ଉଚିତ୍। ବିଶେଷ କରି ବିବାହ ପୂର୍ବରୁ ପାର୍ଟନରଙ୍କ ଆର୍ଥିକ ସ୍ଥିତି ବାବଦରେ ଜାଣିବା ଜରୁରୀ।
୨-ଦ୍ୱିତୀୟ କଥା ହେଉଛି ଫ୍ୟାମିଲି ପ୍ଲାନିଂ। ବିବାହ ପୂର୍ବରୁ ନିଜ ପାର୍ଟନରଙ୍କ ସହ ଫ୍ୟାମିଲି ପ୍ଲାନିଂ ବିଷୟରେ ଆଲୋଚନା କରିବା ଜରୁରୀ।
୩-ତୃତୀୟ କଥା ହେଉଛି। ପାର୍ଟନରଙ୍କ ଅଭ୍ୟାସ୍। ବିବାହ ପୂର୍ବରୁ ନିଜ ପାର୍ଟନରଙ୍କ ଅଭ୍ୟାସ୍ ଓ ରୁଚି ବିଷୟରେ ପଚାରି ସେମାନଙ୍କ ପସନ୍ଦ ଓ ନାପସନ୍ଦ ବିଷୟରେ ଜାଣନ୍ତୁ। ଏମିତି କଲେ ଆପଣ ଅନେକ ବିଷୟରେ କ୍ଲିଅର ହୋଇପାରିବେ। ଯେଉଁଥି ପାଇଁ ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରିବ।
from Odisha Reporter http://bit.ly/2F02Vpw
No comments:
Post a Comment