ଗୋଟିଏ ଇନିଂସ୍‌ର ସମସ୍ତ ୱିକେଟ୍‌ ପୋଛିନେଲେ ଏହି ବୋଲର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 9, 2019

ଗୋଟିଏ ଇନିଂସ୍‌ର ସମସ୍ତ ୱିକେଟ୍‌ ପୋଛିନେଲେ ଏହି ବୋଲର

କଲୋମ୍ବୋ: ଗୋଟିଏ ଇନିଂସ୍‌ର ୧୦ରୁ ୧୦ ୱିକେଟ୍‌ ପୁଣି ଜଣେ ବୋଲରଙ୍କୁ ହିଁ ମିଳିଛି। ଏଭଳି ଏକ ମ୍ୟାଚ୍‌ ଦେଖିବାକୁ ମିଳିଛି ଶ୍ରୀଲଙ୍କାର ଜଣେ ବୋଲରଙ୍କ କ୍ଷେତ୍ରରେ। ପୁଷ୍ପ କୁମାରା ନାମକ ଏହି ବୋଲର ତାଙ୍କ ଦଳ କଲୋମ୍ବୋ କ୍ରିକେଟ୍ କ୍ଲବ୍‌ ପାଇଁ ଏବଂ ବିପକ୍ଷ ଦଳ ସାରାକେନ୍ସ ସ୍ପୋର୍ଟସ୍‌ କ୍ଲବ୍‌ ବିରୋଧରେ ଏହି ରେକର୍ଡ କରିଛନ୍ତି।

ସେ ୧୮.୪ ଓଭରରେ ଏହି ସଫଳତା ହାସଲ କରିଥିଲେ, ଯାହାଫଳରେ ବିପକ୍ଷ ଦଳ ମାତ୍ର ୧୧୩ ରନ୍‌ରେ ସୀମିତ ରହିଥିଲା। ୧୦ଟି ୱିକେଟ୍‌ ନେବାପାଇଁ ସେ ମାତ୍ର ୩୭ ରନ୍‌ ବ୍ୟୟ କରିଥିଲେ।

ତାଙ୍କର ଏହି ସଫଳ ସ୍ପେଲ୍‌ ଫଳରେ କଲୋମ୍ବୋ ୨୩୫ ରନ୍‌ରେ ମ୍ୟାଚ୍‌ ଜିତିନେଇଥିଲା। ୨୦୦୯ ପରେ ପ୍ରଥମଶ୍ରେଣୀ କ୍ରିକେଟ୍‌ରେ ଏପରି ମୂଲପୋଛ କରିବାରେ ସେ ଶ୍ରୀଲଙ୍କାର ପ୍ରଥମ ବୋଲର। ଏସିଆ ମହାଦେଶର ୧୧ ଜଣ ଏପରି ସଫଳତା ପାଇଛନ୍ତି। ଭାରତରୁ କିମ୍ବଦନ୍ତୀ ବୋଲର ଅନୀଲ କୁମ୍ବଲେ ଏବଂ ଓଡ଼ିଆ ବୋଲର ଦେବାଶିଷ ମହାନ୍ତି ମଧ୍ୟ ଏହି ସଫଳତାର ହକ୍‌ଦାର ହୋଇଛନ୍ତି।



from Odisha Reporter http://bit.ly/2LXX3xE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages