ବିବେକଙ୍କଠାରୁ, ମୁଁ ମୋଦିଙ୍କ ଚରିତ୍ର ଖୁବ୍‌ ଭଲ ଅଭିନୟ କରିପାରିବି: ପରେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ବିବେକଙ୍କଠାରୁ, ମୁଁ ମୋଦିଙ୍କ ଚରିତ୍ର ଖୁବ୍‌ ଭଲ ଅଭିନୟ କରିପାରିବି: ପରେଶ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଯାଇଛି। ଫିଲ୍ମରେ ଅଭିନେତା ବିବେକ ଓବେରୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି।  କିନ୍ତୁ କିଛି ଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା  ପିଏମ୍‌ ମୋଦିଙ୍କ ଚରିତ୍ରରେ ଅଭିନେତା ପରେଶ୍‌ ରାୱଲ ଅଭିନୟ କରିବେ। କିନ୍ତୁ ନୂଆ ପୋଷ୍ଟର ଆସିବା ପରେ ସ୍ପଷ୍ଟ ହୋଇଗଲା ଯେ, ବିବେକ୍‌ ହିଁ ଏଥିରେ ଅଭିନୟ କରିବେ। କିନ୍ତୁ ପରେଶ୍‌ଙ୍କ ଚର୍ଚ୍ଚା ବି ଭୁଲ୍‌ ନୁହେଁ। ମୋଦିଙ୍କୁ ନେଇ ଆଉ ଏକ ପିଲ୍ମ ନିର୍ମାଣ କରାଯିବ, ଯେଉଁଥିରେ ପରେଶ୍‌ ରାୱଲ୍‌ ମୋଦିଙ୍କ ଚରିତ୍ରରେ ଅଭିନୟ କରିବେ।

କିନ୍ତୁ ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ମୋଦିଙ୍କ ବାୟୋପିକ୍‌ରେ ବିବେକ୍‌ଙ୍କୁ ଚୟନ କରିବା ପରେଶଙ୍କୁ ଆଦୌ ଭଲ ଲାଗିନି। ତାଙ୍କୁ ଏହି ଚରିତ୍ର ମିଳିଥିଲେ ସେ ବିବେକ୍‌ଙ୍କଠାରୁ ଭଲ କରିଥାନ୍ତେ ବୋଲି କହିଛନ୍ତି।

ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ପରେଶ କହିଛନ୍ତି,  ତାଙ୍କଠୁ ଭଲ ପିଏମ୍‌ ମୋଦିଙ୍କ ଚରିତ୍ରରେ ଆଉ କେହି ଭଲ ଅଭିନୟ କରି ପାରିବେ ନାହିଁ।  ଏମିତି କହି ପରେଶ ବିବେକ୍‌ଙ୍କ କାଷ୍ଟିଂ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।  ଏହାସହ ଏ କଥା ବି ସ୍ପଷ୍ଟ କରିଛନ୍ତି ଯେ, ପିଏମ୍‌ ମୋଦିଙ୍କ ଉପରେ ଦୁଇଟି ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଗୋଟିଏ ଫିଲ୍ମରେ ବିବେକ୍‌ ଓବରୟ ଅଭିନୟ କରିଥିବା ବେଳେ ଅନ୍ୟ ଏକ ଫିଲ୍ମରେ ନିଜେ ପରେଶ୍‌ ରାୱଲ୍‌ ମୋଦିଙ୍କ ଚରିତ୍ରରେ ଅଭିନୟ କରିବେ।

ସୂଚନାଯୋଗ୍ୟ ଯେ, ପରେଶ୍‌ ରାୱଲ କିଛି ଦିନ ପୂର୍ବରୁ ନେରେନ୍ଦ୍ର ମୋଦିଙ୍କ ଫିଲ୍ମ ତିଆରି ହେବା ନେଇ ଘୋଷଣା କରିଥିଲେ। କିନ୍ତୁ କିଛି କଥା ଆଗକୁ ବଢ଼ି ନ ଥିଲା। କାହିଁକି ନା ଫିଲ୍ମର ନିର୍ଦ୍ଦେଶନା କିଏ ଦେବେ ସେ ନେଇ କିଛି ସ୍ଥିର ହୋଇ ପାରୁନି।  ପରେଶ୍‌ଙ୍କ କହିବା ଅନୁଯାୟୀ ଏହି ଫିଲ୍ମ ତିଆରି କରିବାକୁ ଏବେ ବି  ସେ ଚେଷ୍ଟା ଜାରି ରଖିଛନ୍ତି।

ଯେତେବେଳେ ତାଙ୍କୁ ପଚରା ଯାଇଥିଲା ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ମୋଦିଙ୍କ ଫିଲ୍ମ ତାଙ୍କ ଫିଲ୍ମଠୁ ଆଗ ଆସିପାରେ। ଏହା ଉତ୍ତରରେ ପରେଶ୍‌ କହିଥିଲେ, ଦେଶର ପ୍ରଧାନମନ୍ତ୍ରୀଙ୍କ ଜୀବନରେ ଏମିତି ଅନେକ ଘଟଣା ଅଛି ଯାହା ଉପରେ ଫିଲ୍ମ ନିର୍ମାଣ କରାଯାଇ ପାରିବ।  ସେ କହିଥିଲେ, ମୋଦିଙ୍କ ଜୀବନ ସହ ଜଡ଼ିତ ଏମିତି ସବୁ ଘଟଣା ଦେଖେଇବେ ଯାହାକୁ ଲୋକମାନେ ଜାଣି ନ ଥିବେ।

ସେ ଆହୁରି କହିଥିଲେ, ‘‘ବଡ଼ ପରଦାରେ ମୁଁ ମୋଦିଙ୍କ ଚରିତ୍ର ଖୁବ୍‌ ଭଲ ଅଭିନୟ କରିପାରିବି।  ମୁଁ ବି ମୋଦିଙ୍କ ପରି ଗାଁ ବିଷୟରେ ବହୁତ କିଛି ଜାଣିଛି।’’

ପରେଶ୍‌ ମୋଦିଙ୍କ ପ୍ରଶଂସା କରି କହିଥିଲେ ସେ ପୂର୍ବ ପ୍ରଧାନମନ୍ତ୍ରୀ ଲାଲ୍‌ବାହଦୁର୍‌ ଶାସ୍ତ୍ରୀଙ୍କ ପରି ସତ୍ୟବାଦୀ।

 

‘ମୋଦି’ ପୋଷ୍ଟର ଆଉଟ୍‌ ହେବା ପରେ ମିଶ୍ର ପ୍ରତିକ୍ରିୟା ଆସିଛି। ଦର୍ଶକଙ୍କ ସହ ଜମ୍ମୁ କଶ୍ମୀର୍‌ର ପୂର୍ବ ମୁଖ୍ୟମନ୍ତ୍ରୀ ଉମର ଅବ୍‌ଦୁଲ୍ଲା ବିବେକ୍‌ଙ୍କ କାଷ୍ଟିଂ ନେଇ କହିଛନ୍ତି,

‘‘ ଜୀବନ ବି କେତେ ଅଜବ।  ଡାକ୍ତର ମନମୋହନ ସିଂହଙ୍କ ଚରିତ୍ରରେ ଯୋଗ୍ୟ କଳାକାର ଅନୁପମ ଖେର୍‌ଙ୍କୁ ମିଳିଛି। ଗରିବ ମୋଦିଙ୍କୁ ବିବେକ୍‌ ଓବରୟଙ୍କ ସହ ବୁଝାମଣା କରିବାକୁ ପଡ଼ିଲା। ସଲ୍‌ମାନ୍‌ ଖାନ୍‌ ଥିଲେ ମଜା ଆସିଥାନ୍ତା।’’

 

 



from Odisha Reporter http://bit.ly/2Fgyqvs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages