
ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଅଯୋଧ୍ୟରେ ଥିବା ଅଣ ବିବାଦୀୟ ୬୬.୭ ଏକର ଜମିକୁ ଏହାର ପ୍ରକୃତ ମାଲିକ ରାମଜନ୍ମଭୂମି ନ୍ୟାସକୁ ଦେବାକୁ ନିବେଦନ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାର ଶୁଣାଣି ସୁପ୍ରିମକୋର୍ଟରେ ହେବା ପୂର୍ବରୁ ଆଜି ବିଶ୍ୱହିନ୍ଦୁ ପରିଷଦ(ଭିଏଚ୍ପି) କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟକୁ ସମର୍ଥନ କରିଛି।
ଅନ୍ୟପକ୍ଷରେ ନିର୍ମୋହୀ ଆଖଡ଼ା କେନ୍ଦ୍ର ସରକାରଙ୍କ ଏହି ନୀତିକୁ ବିରୋଧ କରିଛି। ଦରକାର ପଡ଼ିଲେ ନିର୍ମୋହୀ ଆଖଡ଼ା ସୁପ୍ରିମକୋର୍ଟରେ ଏହା ବିରୋଧରେ ଆବେଦନ କରିବ ବୋଲି ମଧ୍ୟ ଧମକ ଦେଇଛି।
ନିର୍ମୋହୀ ଆଖଡ଼ାର ମହନ୍ତ ଦିନେନ୍ଦର ଦାସ କହିଛନ୍ତି,“ ଯଦି ଅଣ ବିବାଦୀୟ ଜମିକୁ ନେଇ ସୁପ୍ରିମକୋର୍ଟ କୌଣସି ବି ରୁଲିଂ ଦିଅନ୍ତି, ତା’ହେଲେ ଏହା ସାଂପ୍ରଦାୟିକ ହିଂସାକୁ ଜନ୍ମ ଦେଇପାରେ। ଏହି ପ୍ରସଙ୍ଗକୁ ନେଇ ପୁଣିଥରେ ଦେଶରେ ରାଜନୀତି ଆରମ୍ଭ ହୋଇଛି। ଆମେ କ’ଣ ପାଇଁ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା କରିବା ନାହିଁ? ରାମ ଜନ୍ମଭୂମି କଥା ନିର୍ମୋହୀ ଆଖଡ଼ା ହିଁ ଉଠାଇଥିଲା। ଆମେ ହିଁ ସେଠାରେ ରାମ ମନ୍ଦିର ନିର୍ମାଣ କରିବୁ। ଏଥିରେ ଭିଏଚ୍ପି କ’ଣ କରିବ?”
କେନ୍ଦ୍ର ସରକାର ୭୦ ଏକର ଅଯୋଧ୍ୟା ଜମିରୁ ୬୭.୭ ଏକର ଜମିକୁ ନେଇ କୌଣସି ବିବାଦ ନଥିବାରୁ ଏହାକୁ ପ୍ରକୃତ ମାଲିକଙ୍କୁ ଦେବାକୁ ଆବେଦନ କରିଛନ୍ତି।
from Odisha Reporter http://bit.ly/2sT9jqm
No comments:
Post a Comment