ପ୍ରେମରେ ପ୍ରତାରଣା ପରେ ପ୍ରେମିକ ଖୋଲିଲେ ଚା’ ଦୋକାନ, ନାଁ ରଖିଲେ ‘ବେୱଫା ଚା’ ବାଲା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ପ୍ରେମରେ ପ୍ରତାରଣା ପରେ ପ୍ରେମିକ ଖୋଲିଲେ ଚା’ ଦୋକାନ, ନାଁ ରଖିଲେ ‘ବେୱଫା ଚା’ ବାଲା’

ଲକ୍ଷ୍ନୌ: ଆପଣ ‘ବେୱଫା ସନମ୍‌’, ‘ବେୱଫା ମୋହବତ’ ଏବଂ ‘ବେୱଫା ଆଶିକ୍‌’ ଭଳି ପ୍ରସଙ୍ଗରେ ନିଶ୍ଚୟ କିଛି ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ‘ବେୱଫା ଚା’ ବାଲା’ ସଂପର୍କରେ କିଛି ରୋଚକ କାହାଣୀ ଶୁଣାଇବୁ।

ତେବେ ହଠାତ୍‌ ଏପରି ‘ବେୱଫା ଚା’ବାଲା’ ଶବ୍ଦ ଶୁଣି ଆପଣ ଭାବୁଥିବେ ଯେ ଚା’ ବାଲା ଜଣକ ହେଉଛନ୍ତି ଧୋକାବାଜ୍‌। କିନ୍ତୁ ପ୍ରକୃତ କଥା ହେଲା, ପ୍ରେମରେ ପ୍ରତାରିତ ହେବା ପରେ ଜଣେ ବ୍ୟକ୍ତି ଏକ ଚା’ ଦୋକାନ୍ ଖୋଲି ତା’ର ନାଁ ‘ବେୱଫା ଚା’ ବାଲା’ ଦେଇଛନ୍ତି।

ଲକ୍ଷ୍ନୌର ଫନ୍‌ ମଲ୍‌ ସାମ୍ନାରେ ଥିବା  ଏହି ଚା’ ଦୋକାନୀ ଯୁବପିଢ଼ିଙ୍କ ପାଇଁ ଏକ ଖାସ୍ ପସନ୍ଦର ଜାଗା ପାଲଟିଛି।। କୌତୁହଳର କଥା, ଏହି ଚର୍ଚ୍ଚିତ ଚା’ ଦୋକାନରେ ପ୍ରେମୀ ଯୁଗଳ ଏବଂ ପ୍ରେମରେ ପ୍ରତାରିତ ହୋଇଥିବା ଲୋକଙ୍କ ପାଇଁ ଚା’ର ମୂଲ୍ୟ ଭିନ୍ନ ଭିନ ରହିଛି।

ଏହି ଦୋକାନରେ ‘ବକ୍‌ୱାସ୍ ମ୍ୟାଗି’, ‘ବେଇମାନ୍‌ ମାଇକ୍ରୋନି’ ଏବଂ ‘ବଦନାମ୍‌ କଫି’ ଭଳି ଅଜବ ଗଜବ ନାଁରେ ଭିନ୍ନ ଭିନ୍ନ ଖାଦ୍ୟ ସାମଗ୍ରୀ ମିଳିଥାଏ, ଯାହା ଦୋକାନର ମାଲିକ ଆଦିତ୍ୟ ସିଂହଙ୍କ ପ୍ରେମିକାଙ୍କୁ ଖୁବ୍‌ ପସନ୍ଦ ଥିଲା। ଆଦିତ୍ୟଙ୍କ କହିବା ଅନୁସାରେ, ଯେତେବେଳେ ତାଙ୍କ ହୃଦୟ ଭାଙ୍ଗିଗଲା, ସେତେବେଳେ ସେ ଏକ ଚା’ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ  ଏବଂ ଦୋକାନର ନାଁ ରଖିଦେଲେ ‘ବେୱଫା ଚା’ ବାଲା’।

ଏଠାରେ ମାଟି ପାତ୍ରରେ ଚା’ ମିଳୁଥିବାବେଳେ ପ୍ରେମୀ ଯୁଗଳଙ୍କ ପାଇଁ ଚା’ କପ୍‌ର ଦାମ୍‌ ୧୫ ଟଙ୍କା ଥିବାବେଳେ ପ୍ରେମରେ ପ୍ରତାରିତ ବ୍ୟକ୍ତିଙ୍କ ପାଇଁ ଚା’ କପ୍‌ର ଦାମ୍‌ ୧୦ ଟଙ୍କା ରଖାଯାଇଛି।

ଏହି ଦୋକାନରେ ଯାହା ବି ମିଳେ, ସବୁ ସମାଗ୍ରୀର ନାଁ ବି ଆଦିତ୍ୟଙ୍କ ଭଙ୍ଗା ହୃଦୟ ଭଳି ଦିଆଯାଇଛି। ଆଉ ଏଭଳି ନିଆରା ନାମକରଣ ଯୋଗୁ ଆଦିତ୍ୟଙ୍କ ଏହି ଚା’ ଦୋକାନ ଆଖପାଖ ଅଞ୍ଚଳରେ ବେଶ୍ ଲୋକପ୍ରିୟତା ହାସଲ କରିଛି।

 



from Odisha Reporter http://bit.ly/2Wtf3Vn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages