
ବିନିକା (ଦିଲ୍ଲୀପ କୁମାର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ନିର୍ମଳା ଛାୟା ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ଗତକାଲି ରାତିଠୁ ବିନିକା ମେଡିକାଲ୍ ସମ୍ମୁଖରେ ଉତ୍ତେଜନା ଲାଗି ରହିଛି। ଖବର ଲେଖାଯିବା ସୁଦ୍ଧା ଉତ୍ତ୍ୟକ୍ତ ଲୋକେ ମେଡିକାଲ୍ ସମ୍ମୁଖ ରାସ୍ତା ଧାରଣାରେ ବସିଛନ୍ତି। ମୃତ ଶିକ୍ଷକ ହେଲେ ମୁରାରୀ ମିଶ୍ର। ତାଙ୍କ ଘର ଉର୍ଲେରେ ବୋଲି ଜଣାପଡ଼ିଛି।
ଗତକାଲି ମୁରାରୀ ସ୍କୁଲରୁ କାମ ସାରି ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। କିଛି ଲୋକେ ତାଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହାପରେ ଗତକାଲିଠାରୁ ଉତ୍ତ୍ୟକ୍ତଲୋକେ ମେଡିକାଲ୍ ସମ୍ମୁଖ ରାସ୍ତାରେ ଧାରଣାରେ ବସିଛନ୍ତି। ମୃତ ଶିକ୍ଷକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି। ଗତକାଲି ସୁବର୍ଣ୍ଣପୁର ଏସଡିପିଓ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ହେଲେ କୌଣସି ସୁଫଳ ମିଳି ନଥିଲା।
from Odisha Reporter http://bit.ly/2RHj6Oi
No comments:
Post a Comment