
ନୂଆଦିଲ୍ଲୀ: ପ୍ରଥମେ ରାତି ଅଧିଆ ଛୁଟି, ପରେ ସୁପ୍ରିମ୍କୋର୍ଟଙ୍କ ରାୟ ଦ୍ୱାରା ପୁର୍ନଅବସ୍ଥାପିତ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏହାର ଗୋଟିଏ ଦିନ ପରେ ହିଁ ଏକ ଉଚ୍ଚସ୍ତରୀୟ ସିଲେକ୍ସନ୍ କମିଟି ତାଙ୍କୁ ଦାୟିତ୍ୱରୁ ହଟାଇ ଦେଇଛି। ତେବେ ସେ ନିଜର ବଦଳିକୁ ସହଜରେ ଗ୍ରହଣ କରିପାରିନାହାନ୍ତି, ବରଂ ତାଙ୍କ ବିରୋଧରେ ମିଛ ଏବଂ ଭିତ୍ତିହୀନ ଅଭିଯୋଗ ଅଣାଯାଇଥିଲା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ ଏକ କମିଟି ତାଙ୍କ ନାମରେ ଦୁର୍ନୀତି ଏବଂ ଦାୟିତ୍ୱରେ ଅବହେଳା ପ୍ରଭୃତି ଅଭିଯୋଗ ଆଧାରରେ ଏହି ନିଷ୍ପତ୍ତି ନେଇଛି।
ଏହି ପ୍ରସଙ୍ଗରେ ନିଜର ନୀରବତା ଭଙ୍ଗ କରି ଶ୍ରୀ ବର୍ମା କହିଛନ୍ତି, ସିବିଆଇ ବଡ଼ ବଡ଼ ଦୁର୍ନୀତି ମାମଲାର ତଦନ୍ତ କରୁଥିବାରୁ ଏହା ଏପରି ଏକ ଅନୁଷ୍ଠାନ ଯାହାର ସ୍ୱାଧୀନତାର ସଂରକ୍ଷଣ ଏବଂ ସୁରକ୍ଷା କରାଯିବାର ଆବଶ୍ୟକ ରହିଛି।
ସେ କହିଥିଲେ, “ବାହ୍ୟ ହସ୍ତକ୍ଷେପ ବିନା ଏହା କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ମୁଁ ଏହାର ସାଧୁତା ଅକ୍ଷୁର୍ଣ୍ଣ ରଖିବାର ପ୍ରୟାସ କରୁଥିଲି, କିନ୍ତୁ ଏହା ଧ୍ୱଂସ କରିବାକୁ ପ୍ରୟାସ କରାଯାଉଥିଲା। ଅକ୍ଟୋବର ୨୩ ତାରିଖରେ କେନ୍ଦ୍ର ସରକାର ଏବଂ ସିଭିସି ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶରୁ ଏହା ସହଜରେ ଅନୁମେୟ।”
ଏହି ୧୯୭୯ ବ୍ୟାଚ୍ ଆଇଏଏସ୍ ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତିକୁ ଦୁଃଖଦ ବୋଲି କହିଛନ୍ତି। ତାଙ୍କୁ ବର୍ତ୍ତମାନ ଅଗ୍ନିଶମ ଏବଂ ଗୃହରକ୍ଷୀ ଡିଜି ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷରେ ଅତିରିକ୍ତ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କୁ ସିବିଆଇ ଦାୟିତ୍ୱ ମିଳିଛି।
from Odisha Reporter http://bit.ly/2RCEXXe
No comments:
Post a Comment