‘ଦରମା ଟଙ୍କାରେ ଚଳି ହେଉନି, ଚୋରି କରିବାକୁ ପଡ଼ିବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

‘ଦରମା ଟଙ୍କାରେ ଚଳି ହେଉନି, ଚୋରି କରିବାକୁ ପଡ଼ିବ’

Harish-Dwivedi-799-----

ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ଦେଇ ଉତ୍ତରପ୍ରଦେଶର ବସ୍ତି ଲୋକସଭା ଆସନର ବିଜେପି ସାଂସଦ ହରିଶ ଦ୍ୱିବେଦୀ ଚର୍ଚ୍ଚାକୁ ଆସିଛନ୍ତି।

ସେ କହିଛନ୍ତି,“ବର୍ତ୍ତମାନ ସମୟରେ ନେତାମାନେ ଯେପରି ଭାବରେ ଦରମା ପାଉଛନ୍ତି, ସେତିକି ଦରମାରେ ଚଳିବା ସମ୍ଭବ ନୁହେଁ । ତେଣୁ ଅନ୍ୟ ଉପାୟରେ ଧନ ଉପାର୍ଜନ କରିବା ପାଇଁ ପଡ଼ିବ। କାରଣ ନିଜ ନିର୍ବାଚନୀ ମଣ୍ଡଳରେ ନିର୍ବାଚନ ସମୟରେ ଅନେକ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିଥାଏ । ତେଣୁ ଟଙ୍କାର ବହୁ ପରିମାଣରେ ଆବଶ୍ୟକତା ରହିଛି।”

ନିଜ ନର୍ବାଚନୀ ମଣ୍ଡଳିରେ ଆୟୋଜିତ ‘ୟୁବା ସମ୍ବାଦ’ କାର୍ଯ୍ୟକ୍ରମରେ ଶ୍ରୀ ଦ୍ୱିବେଦୀ ଏହା କହିଛନ୍ତି। ଏହାସହ ସେ ପାର୍ଲାମେଣ୍ଟ ସିଷ୍ଟମ ଉପରେ ମଧ୍ୟ ଅଙ୍ଗୁଳି ଉଠାଇଛନ୍ତି।

ସେ କହିଛନ୍ତି,“ ଜଣେ ସାଂସଦଙ୍କୁ ପ୍ରତ୍ୟେକ ଦିନ ୧୨ ଜଣ କର୍ମଚାରୀଙ୍କ ଆବଶ୍ୟକତା ରହିଛି। ତେଣୁ ଏସବୁ ଲାଗି ଟଙ୍କାର ଆବଶ୍ୟକତା ରହିଛି। ତେଣୁ ଟଙ୍କା ପାଇଁ ଚୋରି କରିବା ପାଇଁ ପଡ଼ିବ। ”

ଏହାସହ ସେ ଏନେଇ ପାର୍ଟିର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ସେ ଦିଲ୍ଲୀରେ ଶାସନ କ୍ଷମତାରେ ଥିବା ଆପ ସରକାରଙ୍କ ମଧ୍ୟ ପ୍ରଶଂସା କରିଛନ୍ତି। କହିଛନ୍ତି, ସେଠାକାର ସରକାର ଯେପରି ଭାବରେ ତାଙ୍କ ବିଧାୟକମାନଙ୍କ ଦରମା ବଢାଇଲେ ତାହା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ ।

ମିଳିଥିବା ସୂଚନା ଅନୁସାରେ ସେହି ସଭାରେ ଜଣେ ଯୁବକଙ୍କ ପ୍ରଶ୍ନର କିଛି ଏପରି ଭାବରେ ଉତ୍ତର ଦେଇଥିଲେ ସାଂସଦ ।



from Odisha Reporter http://bit.ly/2smDHtb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages