
ଅନୁଗୋଳ (ବିରଜା ଦାସ): ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ତୁକୁଡ଼ା ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ବସ୍ ଓ ଟ୍ରକ୍ ମଧ୍ୟରେ ମୁହଁମୁହିଁ ଧକ୍କା ହୋଇଛି। ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆହତଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡରେ ଆଘାତ ଲାଗିଛି। ଆଉ ଜଣଙ୍କ ହାତ ଫ୍ରାକ୍ଚର ହୋଇଛି। ଅନ୍ୟମାନଙ୍କୁ ସାମାନ୍ୟ ଆଘାତ ଲାଗିଛି। ତେବେ ମୁଣ୍ଡରେ ଆଘାତ ଲାଗିଥିବା ମହିଳାଙ୍କ ସହିତ ମୋଟ ତିନି ଜଣଙ୍କୁ ଡାକ୍ତରଖାନାରେ ଆଡ୍ମିଟ୍ କରାଯାଇଛି ବୋଲି ଡାକ୍ତର ଚୈତନ୍ୟ ମାରାଣ୍ଡି କହିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ପୁରୁଷ ଅଛନ୍ତି।
‘ହୋତା’ ନାମକ ଏହି ଘରୋଇ ବସ୍ଟି ବୌଦ୍ଧରୁ ଅନୁଗୋଳ ଆସୁଥିଲା। ବସ୍ରେ ପ୍ରାୟ ୩୫ ଜଣ ଯାତ୍ରୀ ଥିଲେ। ତୁକୁଡ଼ା ନିକଟରେ ଏକ ଟ୍ରକ୍ ସହ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ରକ୍ଟି ହଠାତ୍ ବସ୍ ଆଡ଼କୁ ମାଡ଼ି ଆସି ଧକ୍କା ଦେଇଥିଲା।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଟ୍ରକ୍ ଚାଳକଙ୍କ ଅସାବଧାନତା ଯୋଗୁ ଏ ଦୁର୍ଘଟଣା ଘଟିଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
from Odisha Reporter http://bit.ly/2Vxn6A6
No comments:
Post a Comment