କୁନି ପୁଅ, ଝିଅ ଅଝଟ କଲେ, ବାପା ଗଢ଼ିଦେଲେ ମିନି ଅଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 27, 2019

କୁନି ପୁଅ, ଝିଅ ଅଝଟ କଲେ, ବାପା ଗଢ଼ିଦେଲେ ମିନି ଅଟୋ

ଥିରୁଅନନ୍ତପୁରମ୍‌: କଥାରେ ଅଛି, ଜଣେ ପିତା ତାର ସନ୍ତାନ ପାଇଁ କରିଥିବା ସଂଘର୍ଷ, ବଳିଦାନ ଓ ପ୍ରେମକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରେ ନାହିଁ। ଶବ୍ଦରେ ବର୍ଣ୍ଣନା କଲେ ହୁଏତ ଏହା କମ୍‌ ପଡ଼ିଯାଇପାରେ।
ଏହିପରି ଜଣେ ପିତାଙ୍କ ଉଦାହରଣ ଆମେ ଆଜି ଆପଣଙ୍କୁ ଦେବୁ। ଯାହାଙ୍କ କଥା ଶୁଣିଲା ପରେ ଆପଣ ନିଶ୍ଚିତ କହିବେ ଯେ, “ବାପା ହେବ ତ ଏମିତି”।

ଭାବିଲେ ଦେଖି, ପିଲାବେଳେ ଆପଣ ଯଦି କିଛି ଜିନିଷ ପାଇଁ ଜିଦ୍‌ ଧରୁଥିଲେ ବା ଅଝଟ କରୁଥିଲେ ଆପଣଙ୍କ ବାପା କେମିତି ନାକେଦମ୍‌ ହେଉଥିବେ। ହୁଏତ ସେ ଆପଣଙ୍କ ସେ ଜିନିଷଟିକୁ ଆଣିବାକୁ ପ୍ରାଣପଣେ ଚେଷ୍ଟା କରୁଥିବେ ନଚେତ୍‌ କାନ ମୋଡି ଆପଣଙ୍କୁ ଆକଟ କରିଥିବେ।

ହେଲେ ପୁରୁଷୋତ୍ତମ ସେମିତି କରିନାହାନ୍ତି। ବରଂ ଛୁଆଏ ଯାହା ଅଝଟ କରିଛନ୍ତି ଅବିକ୦୦ସେମିତି୦କିଛି ତାଙ୍କ ପାଇଁ ନିଜ ହାତରେ ବନେଇ ଦେଇଛନ୍ତି।

କେରଳର ଅରୁଣ କୁମାର ପୁରୁଷୋତ୍ତମ। ଛୁଆଙ୍କ ଖୁସି ପାଇଁ ସେ ନିଜେ ଏକ ଛୋଟ ଅଟୋ ରିକ୍ସା ତିଆରି କରିଛନ୍ତି। ଯାହା ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଆଶ୍ଚର୍ଯ୍ୟର କଥା ହେଉଛି ଅରୁଣ ତିଆରି କରିଥିବା ଏହି ଅଟୋ ଟି କୌଣସି ଖେଳଣା ନୁହେଁ, ସତସତିକା ଅଟୋ ପରି ଏହା ରାସ୍ତାରେ ଚାଲିପାରୁଛି। ଲୋକଙ୍କୁ ଏହି ଅଟୋ ଏତେ ପସନ୍ଦ ଆସିଛି ଯେ, ସେମାନେ ଏହାର ନାମ ‘କ୍ୟୁଟ୍‌ ଅଟୋ ରିକ୍ସା’ ରଖିଛନ୍ତି।

ଏକ ରିପୋର୍ଟ ଅନୁସାରେ, ପୁରୁଷୋତ୍ତମଙ୍କୁ ଏହି ଅଟୋ ତିଆରି କରିବା ପାଇଁ ୭ ମାସ ସମୟ ଲାଗିଥିଲା ଓ ପାଖାପାଖି ୧୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା।

କ’ଣ ପାଇଁ ଏମିତି ବୁଦ୍ଧି ଜୁଟିଲା

ପୁରୁଷୋତ୍ତମ ଏହି ଅଟୋଟିକୁ ତିଆରି କରିବାର କାରଣ କ’ଣ ଜାଣିଛନ୍ତି ?

୧୯୯୦ରେ ଆସିଥିବା ମ୍ୟୁଜିକାଲ୍‌ ଫିଲ୍ମ ‘ୟେ ଅଟୋ’ ଦେଖି ତାଙ୍କର ୫ ବର୍ଷର ପୁଅ ଅଟୋ ପାଇଁ ଜିଦି କରି ବସିଥିଲା। ପୁଅର ଏହି ଇଚ୍ଛାକୁ ପୂରଣ କରିବା ପାଇଁ ପୁରୁଷୋତ୍ତମ ସତକୁ ସତ ଅଟୋଟିଏ ତିଆରି କରିଥିଲେ।

ପୁରୁଷୋତ୍ତମ କୁହନ୍ତି, “ପିଲାଦିନୁ ତାଙ୍କର ଗାଡ଼ି ଉପରେ ଅଧିକ ଦୁର୍ବଳତା ରହିଛି। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ଖରାପ ଯୋଗୁ ସେ ଗାଡ଼ି କିଣି ପାରି ନ ଥିଲେ। ମୋର ପିତା ଜଣେ କାଠ ମିସ୍ତ୍ରୀ ଥିଲେ, ମୋତେ ପିଲାଦିନେ ଏକ ସାଇକେଲ୍‌ ତିଆରି କରି ଦେଇଥିଲେ। ଯେଉଁଥିରେ କାଠର ଚକ ରହିଥିଲା। ତେଣୁ ଗାଡ଼ି ତିଆରି କରିବାର ଏହି କଳା ମୁଁ ମୋର ପିତାଙ୍କଠାରୁ ଶିଖିଛି। ପିତାଙ୍କର ହାତ ହତିଆରକୁ ବ୍ୟବହାର କରି ସେ ଅନେକ ଖେଳଣା ପ୍ରସ୍ତୁତ କରିଛନ୍ତି। ”

କିନ୍ତୁ ପ୍ରଥମଥର ପୁରୁଷୋତ୍ତମ ଏହି ଅଟୋ ରିକ୍ସାର ଭିଡିଓ ୟୁ-ଟ୍ୟୁବ୍‌ରେ ପୋଷ୍ଟ କରିଛନ୍ତି। ପୁରୁଷୋତ୍ତମ ଏହି ମିନି ଅଟୋ ରିକ୍ସାର ନାମ ରଖିଛନ୍ତି ‘ସୁନ୍ଦରୀ’। ପୁରୁଷୋତ୍ତମ କୁହନ୍ତି ‘ସୁନ୍ଦରୀ’ର ଡିମାଣ୍ଡ ବଢ଼ିବାରେ ଲାଗିଛି, ତେଣୁ ସେ ଫାଙ୍କା ସମୟ ପାଇଲେ ଆହୁରି ଅଟୋ ତିଆରି କରି ଏହାକୁ ବିକ୍ରି କରିବା ପାଇଁ ଚେଷ୍ଟା କରିବେ।

left



from Odisha Reporter http://bit.ly/2RmOi1i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages