ନିଜ ଟିମ୍‌କୁ କଟାକ୍ଷ କରି ଏମିତି ପୋଷ୍ଟ କଲା ନ୍ୟୁଜିଲ୍ୟାଣ୍ଡ ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 27, 2019

ନିଜ ଟିମ୍‌କୁ କଟାକ୍ଷ କରି ଏମିତି ପୋଷ୍ଟ କଲା ନ୍ୟୁଜିଲ୍ୟାଣ୍ଡ ପୁଲିସ୍‌

ନାପିଅର: ଟିମ୍‌ ଇଣ୍ଡିଆ ଘରୋଇ ନ୍ୟୁଜିଲ୍ୟାଣ୍ଡକୁ ଦୁଇଟି ଯାକ ଦିନିକିଆରେ ପରାସ୍ତ କରିବା ପରେ ଏବେ ଚାରିଆଡ଼ୁ ଘରୋଇ ଦଳକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହି ଦୁଇଟି ବିଜୟ ସହ ୫ଟିକିଆ ସିରିଜ୍‌ରେ ଭ୍ରମଣକାରୀ ଦଳ ଭାରତ ୨-୦ରେ ଆଗୁଆ ହୋଇଯାଇଛି।

ଆସନ୍ତାକାଲି ଦଳ ୩ୟ ଦିନିକିଆ ଜିତି ସିରିଜ୍‌ ଜିତିବାକୁ ଉଦ୍ୟମ କରିବ। ତେବେ ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ପୁଲିସ୍‌ ନିଜ ଟିମ୍‌କୁ ଫେସବୁକ୍‌ ପୋଷ୍ଟ ମାଧ୍ୟମରେ ଏକ ଭିନ୍ନ ଶୈଳୀରେ କଟାକ୍ଷ କରିଛି।

ପୁଲିସ୍‌ ପକ୍ଷରୁ ଟ୍ୱିଟରରେ ପୋଷ୍ଟ କରାଯାଇଛି : “ ଏବେ ଦେଶକୁ ଆସିଥିବା ଏକ ଗ୍ରୁପ୍‌ ସମ୍ପର୍କରେ ପୁଲିସ୍ କିଛି କହିବାକୁ ଚାହୁଁଛି। ରିପୋର୍ଟ ଅନୁସାରେ ଆମ ଦେଶକୁ ଆସିଥିବା ଏକ ଗ୍ରୁପ୍‌ ନିରୀହ ଦେଖାଯାଉଥିବା କିଛି ନ୍ୟୁଜିଲ୍ୟାଣ୍ଡର୍ସଙ୍କୁ ଉଭୟ ନାପିଅର ଓ ମାଉଣ୍ଟ ମାଙ୍ଗନୁଇରେ ପ୍ରବଳ ମାଡ଼ ମାରିଛନ୍ତି। ତେଣୁ ଆପଣମାନେ ଯଦି ବ୍ୟାଟ୍‌ କିମ୍ବା ବଲ୍‌ ଭଳି ଦିଶୁଥିବା କିଛି ଜିନିଷ ନେଉଛନ୍ତି, ତା’ହେଲେ ଅଧିକ ସତର୍କ ରହିବେ।”

ଏଠାରେ ପୁଲିସ୍‌ ଯେଉଁ ଗ୍ରୁପ୍‌ କଥା କହୁଛି, ସେମାନେ ହେଲେ ଟିମ୍‌ ଇଣ୍ଡିଆ ଓ ନିରୀହ ନ୍ୟୁଜିଲ୍ୟାଣ୍ଡର୍ସମାନେ ହେଲେ କିୱି ଟିମ୍‌ର ସଦସ୍ୟ। ନ୍ୟୁଜିଲ୍ୟାଣ୍ଡ ଟିମ୍‌ ନାପିଅରରେ ଭାରତଠାରୁ ୮ ୱିକେଟ୍‌ ଓ ମାଉଣ୍ଟ ମାଙ୍ଗନୁଇଠାରେ ୯୦ ରନ୍‌ରେ ପରାସ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ନ୍ୟୁଜିଲ୍ୟାଣ୍ଡ ପୁଲିସ୍‌ ଏଭଳି ତାଚ୍ଛଲ୍ୟଭରା ଟ୍ୱିଟ ପୋଷ୍ଟ କରିଛି।



from Odisha Reporter http://bit.ly/2UfGWy8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages