ଯୁବ ବାହିନୀଙ୍କୁ ବିଦେଶ ବୁଲାଇବେ ବିଜେଡି ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 24, 2019

ଯୁବ ବାହିନୀଙ୍କୁ ବିଦେଶ ବୁଲାଇବେ ବିଜେଡି ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ପୂର୍ବରୁ ବିଜେଡିର ଆଗଧାଡ଼ିର ଯୁବ ଓ ଛାତ୍ର ନେତାମାନଙ୍କୁ ବିଦେଶ ଭ୍ରମଣ କରାଇ ସେମାନଙ୍କ “ମନୋବଳ ବୃଦ୍ଧି” ନିମନ୍ତେ ବିଜେଡି ସରକାର ଯୋଜନା କରିଛି। ବିଜୁ ଯୁବ ବାହିନୀର ପ୍ରାୟ ୧୫୦ଜଣ ସଦସ୍ୟଙ୍କୁ ସିଙ୍ଗାପୁର ଓ ବ୍ୟାଙ୍କକ୍ ବୁଲାଇବାର ଯୋଜନା ପ୍ରସ୍ତୁତ ହୋଇଛି ଓ ସେମାନେ ଫେବୃଆରୀ ଶେଷ ସପ୍ତାହରେ ୭ଦିନିଆ ବିଦେଶ ଭ୍ରମଣରେ ଯିବେ ବୋଲି ଜଣାପଡ଼ିଛି। ଅବଶ୍ୟ ବିଜେଡି ପକ୍ଷରୁ ଆନୁଷ୍ଠାନିକ ଭାବେ ଏନେଇ କେହି କିଛି କହୁନଥିବାବେଳେ ବିଜେପି ଯୁବମୋର୍ଚ୍ଚା କିନ୍ତୁ ଏହାକୁ ତୀବ୍ର ସମାଲୋଚନା କରିଛି।

ସୂଚନା ଅନୁସାରେ ‘ବିଜୁ ଯୁବ ବାହିନୀ’ ଅନ୍ତର୍ଗତ ରାଜ୍ୟବ୍ୟାପୀ ଚାଲିଥିବା ‘ମୁଁ ହିରୋ’ କାର୍ଯ୍ୟକ୍ରମରେ ସଫଳ ହୋଇଥିବା ସଭ୍ୟ ଓ ସ୍ଥାନୀୟ ଅଞ୍ଚଳରେ ନେତୃତ୍ୱ ନେବାର ଦକ୍ଷତା ଥିବା ସଦସ୍ୟମାନଙ୍କୁ ବିଦେଶ ପଠାଯିବା ପାଇଁ ଯୋଜନା ହୋଇଛି। ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ତାଲିକା ପଠାଇବାକୁ କୁହାଯାଇଛି। ବିଜୁ ଯୁବ ବାହିନୀର ବ୍ଲକ୍ ସଂଯୋଜକମାନେ ନିଜର ଅଞ୍ଚଳର ୨ଜଣଙ୍କୁ ଚୟନ କରିବେ। ସବୁ ବ୍ଲକରୁ ତାଲିକା ମିଳିବା ପରେ ଜିଲ୍ଲାପାଳମାନେ ଅତିବେଶୀରେ ୫ଜଣଙ୍କ ନାଁ ଚୂଡ଼ାନ୍ତ କରି ରାଜ୍ୟ ସରକାଣଙ୍କୁ ପଠାଇବେ। ଯଦି ପ୍ରଥମ ପର୍ଯ୍ୟାୟରେ ଏହି ସଂଖ୍ୟା ଅଧିକ ହୁଏ ତା’ହେଲେ ମାର୍ଚ୍ଚ ପ୍ରଥମ ସପ୍ତାହରେ ବିଜୁ ଯୁବ ବାହିନୀର ବାକି ସଦସ୍ୟମାନଙ୍କୁ ବିଦେଶ ପଠାଯିବାର ବ୍ୟବସ୍ଥା କରାଯିବ। ସେଠାରେ ସେମାନଙ୍କୁ ଦକ୍ଷତା ବିକାଶ ଓ ନେତୃତ୍ୱ ପ୍ରଶିକ୍ଷଣ ପାଇଁ ପଠାଯିବ ବୋଲି ସୂଚନା ମିଳିଛି। ସମଗ୍ର ରାଜ୍ୟରେ ମୋ’ ହିରୋ କାର୍ଯ୍ୟକ୍ରମରେ ସଫଳ ହୋଇଥିବା ମୋଟ ୬୨୮ଜଣଙ୍କ ମଧ୍ୟରୁ ଏହି ୧୫୦ଜଣଙ୍କୁ ଚୟନ କରାଯିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପଚାରିଛନ୍ତି, “କେଉଁ ଅଧିକାରରେ ମୁଖ୍ୟମନ୍ତ୍ରୀ ଏଭଳି ସାହସ କରୁଛନ୍ତି?” ରାଜ୍ୟ ରାଜକୋଷ ଅର୍ଥକୁ ଏଭଳି ବରବାଦ କରିବାରୁ ସେ ଦୂରେଇ ରୁହନ୍ତୁ ବୋଲି ସେ କହିଛନ୍ତି।



from Odisha Reporter http://bit.ly/2S3TCuJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages