
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ମୁଖପାତ୍ର ସୁଲୋଚନା ଦାସଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତେଜିଛି ରାଜନୀତି। ଗତକାଲି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଜୁ ଛାତ୍ର ଜନାତ ଦଳର ଆଇଟି କନ୍କ୍ଲେଭରେ ଉଦ୍ବୋଧନ ଦେବା ବେଳେ ସୁଲୋଚନା କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ କେହି ଆଙ୍ଗୁଠି ଦେଖାଇଲେ, ଆମେ “ସମ୍ମାନର ସହ ସେମାନଙ୍କ ହାତ କାଟି ଦେବା।” ତେବେ ସୁଲୋଚନାଙ୍କ ଏଭଳି ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି କଂଗ୍ରେସ ଓ ବିଜେପି।
କଂଗ୍ରେସ କହିଛି, ନାରୀଙ୍କୁ ସୁରକ୍ଷା ଦେଇ ପାରୁନଥିବା ସରକାର ବିରୋଧରେ ମୁହଁ ଖୋଲିଲେ, ଏଭଳି ଧମକ ଦେବା ବିଜେଡିର ଅହଂକାରକୁ ପ୍ରମାଣିତ କରୁଛି। ସେହିଭଳି ବିଜେପି ମଧ୍ୟ ସୁଲୋଚନାଙ୍କ ଏଭଳି କଥାକୁ ସହଜରେ ଗ୍ରହଣ କରି ପାରିନଥିବା ବେଳେ ଏ ପ୍ରସଙ୍ଗରେ ସେ ଅବଗତ ନଥିବା କହିଛନ୍ତି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା।
ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା କହିଛନ୍ତି-“ବିଜେଡି ମହିଳାଙ୍କୁ କେମିତି ସମ୍ମାନ ଦିଏ ଆମେ ଜାଣିନୁ। କିନ୍ତୁ ଯେ ପର୍ଯ୍ୟନ୍ତ ନାରୀଙ୍କୁ ସମ୍ମାନ ନମିଳିଛି, ସେ ପର୍ଯ୍ୟନ୍ତ ଆମେ ହାତ ଉଠାଇବୁ। ସୁଲୋଚନା ଦାସ କେତେ ଜଣଙ୍କ ହାତ କାଟିବେ ଆମେ ଦେଖିବୁ।”
ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି-“ମହିଳାମାନେ ଉଦାରବାଦୀ ଓ ସହନଶୀଳ ବୋଲି ସମସ୍ତେ ଜାଣିଛନ୍ତି। କିନ୍ତୁ ହାତ କାଟିଦେବା ପରି ଯେଉଁ ବାର୍ତ୍ତା ଦେଇଛନ୍ତି, ତାକୁ ଆମେ ନିନ୍ଦା କରୁଛୁ।”
ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି-“ଏକଥା ମୋ ଦୃଷ୍ଟିକୁ ଆସିନାହିଁ।”
from Odisha Reporter http://bit.ly/2HqilVU
No comments:
Post a Comment