ଏମିତି ତିଆରି ହୁଏ ‘ରେଶ୍‌ମି ଚିକେନ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

ଏମିତି ତିଆରି ହୁଏ ‘ରେଶ୍‌ମି ଚିକେନ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜି ଆମେ ଚିକେନ୍‌କୁ ନେଇ ପ୍ରସ୍ତୁତ ନିଆରା ସ୍ୱାଦର ‘ରେଶ୍‌ମି ଚିକେନ୍‌’ର ପ୍ରସ୍ତୁତି ସମ୍ପର୍କରେ ଆପଣଙ୍କୁ କହିବୁ।

ଆବଶ୍ୟକ ସାମଗ୍ରୀ: ଚିକେନ୍, ପିଆଜ, ଟମାଟୋ, ଶିମଲା ଲଙ୍କା, ଅଦା ରସୁଣ ପେଷ୍ଟ, କାଜୁ ବଟା, ଧନିଆ ପାଉଡର୍‌, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କ୍ରିମ୍, ଗରମ ମସଲା, ତେଲ ଓ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌ରେ ଲୁଣ, ହଳଦୀ ଓ ଦହି ଗୋଳାଇ ମ୍ୟାରିନେଟ୍‌ ପାଇଁ ୧ ଘଣ୍ଟା ରଖି ଦିଅନ୍ତୁ। ପରେ କଡ଼େଇରେ ତେଲ ଗରମ କରି ପିଆଜ ପକାନ୍ତୁ। ଏବେ ଏଥିରେ କଟା ଟମାଟୋ ଏବଂ ଶିମଲା ଲଙ୍କା ପକାଇ କିଛି ସମୟ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଏବେ ଅଦା ଓ ରସୁଣ ପେଷ୍ଟ, ଧନିଆ ପାଉଡର୍‌, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ସିମ୍‌ କରି କଷନ୍ତୁ। ଏବେ ଏଥିରେ ଚିକେନ୍ ପକାଇ ଆହୁରି କଷନ୍ତୁ। ଚିକେନ୍‌ ଅଳ୍ପ ହୋଇ ଆସିଲେ ଏଥିରେ କାଜୁ ବଟା ପକାଇ ଆଉ କିଛି ସମୟ କଷନ୍ତୁ। ଚିକେନ୍‌ ସିଝିଗଲେ ଅଳ୍ପ ଉଷୁମ୍‌ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ। କିଛି ସମୟ ପରେ ଏହା ଫୁଟିଗଲେ ଗ୍ୟାସ୍‌କୁ ବନ୍ଦ କରି ଉପରେ କ୍ରିମ୍ ଏବଂ ଗରମ ମସଲା ପକାଇ ଦିଅନ୍ତୁ। ଏବେ ପ୍ରସ୍ତୁତ  ହୋଇଗଲା ସ୍ୱାଦିଷ୍ଟ ‘ରେଶ୍‌ମି ଚିକେନ୍’। ଏହାକୁ ଗରମ ଗରମ ରୁଟି, ନାନ୍‌ କିମ୍ବା ଭାତ ସହ ପରଷନ୍ତୁ।

 



from Odisha Reporter http://bit.ly/2T5O7ce

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages